ଋିଷଭଙ୍କ ଅକୁହା କଥା ,କାହିଁକି ଛାଡିଲେ ରାଷ୍ଟ୍ରପତି ଭବନ?

Aug 25, 2026 - 16:23
ଋିଷଭଙ୍କ ଅକୁହା କଥା ,କାହିଁକି ଛାଡିଲେ ରାଷ୍ଟ୍ରପତି ଭବନ?

ଋିଷଭ ସିଂ ଜଣେ ଏମିତି ବ୍ୟକ୍ତି ଯାହାଙ୍କୁ ଦେଶର କୋଣ ଅନୁକୋଣରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ । ରଷ୍ଟ୍ରପତିଙ୍କ ସାଙ୍ଗରେ ସବୁ ସମୟରେ ସବୁବେଳେ ପାଖେପାଖେ ରହୁଥିବା ରିଷଭ କାହିଁକି ତାଙ୍କ ପଦରୁ ଇସ୍ତଫା ଦେଲେ । ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଋିଷଭଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ପାଖରେ ରହୁଥିବା ଏହି ବ୍ୟକ୍ତିଜଣଙ୍କ ହଠାତ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଦିନଥିଲା ରିଷଭ ସେନାରେ ଦେଶ ସେବା କରିବା ପାଇଁ ବ୍ୟାକୁଳ ହେଉଥିବା ବେଳେ ପରବର୍ତ୍ତୀ ସମୟରେ କାହିଁକି ରାଷ୍ଟ୍ରପତି ଭବନ ଛାଡିଲେ ।

ଋିଷଭ ଜଣେ ଦକ୍ଷ ସେନା ହିସାବରେ ପରିଚିତ ଥିଲେ । ଏବଂ ବର୍ଷ ୨୦୨୧ ରେ ଜାଟ ରେଜିମେଣ୍ଟରୁ ସମ୍ମାନିତ ହେବା ପରେ ତାଙ୍କୁ ଏକ ବଡ ଦାୟିତ୍ୱ ରାଷ୍ଟ୍ରପତି ଭବନରୁ ଆସିଥିଲା ।  ରାଷ୍ଟ୍ରପତି ଭବନରେ ସେ ଏଡିଜେ ଭାବେ ନିଜର ସମସ୍ତ ଦାୟିତ୍ୱ ସୂଚାରୁରୂପେ ତୁଲାଇଥିଲେ । ସେ ରାଷ୍ଟ୍ରପତିଙ୍କ ପାଖେ ପାଖେ ସମସ୍ତ କାର୍ଯ୍ୟକ୍ରମରେ ନଜର ଆସୁଥିବାର ଦେଖାଯାଉଥିଲା । କେତେବେଳେ ବର୍ଷାରେ ଛତାଧରି ଠିଆ ହେବାତ ଆଉ କେତେବେଳେ ରାଷ୍ଟ୍ରପତିଙ୍କ ସହ ଗାଡିରେ ବସିବାର ଦୃଶ୍ୟ ଦେଖାଯାଉଥିଲା । ତାଙ୍କର ଏହ ନିଷ୍ଠାକୁ ଜନମତରେ ସମସ୍ତେ ପ୍ରଂଶସା କରୁଥିଲେ । 
କିନ୍ତୁ ହଠାତ ଏମିତି କଣ ଘଟିଲା ଯାହାଦ୍ୱାରା ସେ ପଦରୁ ଇସ୍ତଫା ଦେଲେ ଏବଂ ନିଜର ୟୁଟୁବ ଆକାଉଣ୍ଟ ଖୋଲି ସମସ୍ତ ତଥ୍ୟ ଜନସାଧାରଣମାନଙ୍କୁ ଅବଗତ କରାଉଛନ୍ତି । କିନ୍ତୁ ଏତେ ଫ୍ୟାନ ଫଲୋଇଙ୍ଗ ଥାଇ ସେନାରେ ନିଜର ଦକ୍ଷତାରେ ପାରଦର୍ଶିତା ଦେଖାଇବା ପରେ ରାଷ୍ଟ୍ରପତି ଭବନ ସହ ଘନିଷ୍ଠତା ତାଙ୍କୁ ତାଙ୍କ ଲୋକ ପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।