ଏଇ ଭାରତରେ
ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା। ସେମାନଙ୍କ ପିତା ଦାଦାରାଓ ବିଲ୍ହୋରେ ଜାଣିବାକୁ ପାଇଲେ ଯେ, ବର୍ଷାବେଳେ ରାସ୍ତାରେ ହୋଇଥିବା ଖାଲକୁ ଜାଣି ନ ପାରି ସେଥିରେ ପଡ଼ିଯିବାକୁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଏଭଳି ମୃତ୍ୟୁ ଆଉ କାହା ଜୀବନରେ ନ ଆସୁ ଏବଂ ତାହାର ପ୍ରତିକାର ସ୍ବରୂପ ସେ ତାଙ୍କ ବଡ଼ ପୁଅର ମୃତ୍ୟୁପରେ ପ୍ରଥମେ ୨୦୧୫ରେ ମୁମ୍ବାଇର ଯୋଗେଶ୍ୱରୀ-ବିର୍ଖୋଲି ଲିଙ୍କ ରୋଡରେ ହେଉଥିବା ଖାଲଖମା ନିଜସ୍ବ ଉଦ୍ୟମ ଓ ଖର୍ଚ୍ଚରେ ପୂରଣ କରିବାରେ ଲାଗିଛନ୍ତି। ପ୍ରତିଦିନ ହାତରେ କୋଦାଳ, ଶାବଳ ଓ ଅଖାରେ ମେଟାଲ ଧରି ବାହାରି ଯାଉଛନ୍ତି ରାସ୍ତା ମରାମତି କରିବା ପାଇଁ। ଏବେ ସୁଦ୍ଧା ସେ ପାଖାପାଖି ୧୫୦୦ ଖାଲ ପୂରଣ କରିସାରିଲେଣି। ଏଥିପାଇଁ ତାଙ୍କୁ ପାଥହୋଲ ଦାଦା ବୋଲି ଲୋକେ ସମ୍ବୋଧନ କରୁଛନ୍ତି। ବହୁ ସମୟରେ ଅବହେଳା ପାଇଁ ସେ ପୌର ଅଧିକାରୀ କିମ୍ବା ଠିକାଦାରଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରୁଛନ୍ତି। ଏବେ ଏହି କାର୍ଯ୍ୟରେ ବିଲହୋରେଙ୍କ ସହ କେତେଜଣ ସ୍ବେଚ୍ଛାସେବୀ ସାମିଲ ହୋଇ ଖାଲଖମା ପୂରଣ କରୁଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।