ଏକାମ୍ର ରେସିଡେନ୍ସି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

Sep 18, 2026 - 13:50
ଏକାମ୍ର ରେସିଡେନ୍ସି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଏକାମ୍ର ରେସିଡେନ୍ସି ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା । ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଆବେଦନ କରିବାର ରହିଛି ସୁଯୋଗ । ପ୍ରକ୍ରିୟାକୁ ସ୍ଵଚ୍ଛ କରିବାକୁ ୟୁନିକ ଆକାଉଣ୍ଟ ନମ୍ବର ବ୍ୟବସ୍ଥା କରାଯାଇଛି । ପ୍ରଥମେ ବିଡିଏ ୱେବସାଇଟରେ ୟୁନିକ ଆକାଉଣ୍ଟ ନମ୍ବର ପାଇଁ ଆବେଦନ କରିବେ। ୟୁନିକ ଆକାଉଣ୍ଟ ନମ୍ବର ମିଳିବା ପରେ ବୁକିଂ ପାଇଁ ଆବେଦନ କରିବେ । 

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ । ଗୋଟିଏ ପରିବାରର ଜଣେ ହିଁ ସଦସ୍ୟ ଆବେଦନ କରିପାରିବେ । ଆପାର୍ଟମେଣ୍ଟଗୁଡ଼ିକ ସ୍ୱଚ୍ଛ ଓ ପାରଦର୍ଶୀ ପ୍ରକ୍ରିୟାରେ ଲଟେରି ଦ୍ବାରା ଆବଣ୍ଟନ କରାଯିବ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। 

ଆବେଦନକାରୀମାନେ ପ୍ରଥମେ ବିଡିଏର ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ କରି ୟୁନିକ ଆକାଉଣ୍ଟ ନମ୍ବର ଆବେଦନ କରିବେ । ସେଠି ତାଙ୍କର ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର ଏବଂ ଆବାସିକ ପ୍ରମାଣପତ୍ର ବା ରେସିଡେଣ୍ଟ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ଦେବାକୁ ପଡିବ। ୟୁନିକ ଆକାଉଣ୍ଟ ନମ୍ବର ମିଳିବା ପରେ ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ। ୟୁନିକ ଆକାଉଣ୍ଟ ନମ୍ବର ଦ୍ୱାରା ଅଧିକ ଲୋକ ଆବେଦନ କଲେ ଜଣାପଡ଼ିଯିବ।

ଆପାର୍ଟମେଣ୍ଟଗୁଡ଼ିକ ସ୍ୱଚ୍ଛ ଓ ପାରଦର୍ଶୀ ପ୍ରକ୍ରିୟାରେ ଲଟେରି ମାଧ୍ୟମରେ ଆବଣ୍ଟନ କରାଯିବ । ଏହାଦ୍ୱାରା ଅଧିକରୁ ଅଧିକ ଆବଶ୍ୟକୀୟ ଲୋକଙ୍କୁ ଘର ପାଇବାର ସୁଯୋଗ ମିଳିବା ସହ ଲଟେରି ପ୍ରକ୍ରିୟାକୁ ସ୍ୱଚ୍ଛ ରଖାଯାଇପାରିବ । ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଆବଶ୍ୟକତା ଥିବା ସର୍ବାଧିକ ଲୋକଙ୍କୁ ଏହି ଯୋଜନାର ସୁଯୋଗ ଦେବା। ତେଣୁ ସମସ୍ତ ଆବେଦନକାରୀ ନିର୍ଦ୍ଧାରିତ ନିୟମ ଅନୁସରଣ କରି ସଠିକ୍ ତଥ୍ୟ ଓ ଦସ୍ତାବିଜ ସହ ଆବେଦନ କରିବାକୁ କୁହାଯାଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।