ଏଣିକି ନିମ୍ କରୋଲି ବାବାଙ୍କ ଦର୍ଶନ ପାଇଁ ‘ରେଜିଷ୍ଟ୍ରେସନ୍’ ବାଧ୍ୟତାମୂଳକ !

Oct 07, 2026 - 12:12
ଏଣିକି ନିମ୍ କରୋଲି ବାବାଙ୍କ ଦର୍ଶନ ପାଇଁ ‘ରେଜିଷ୍ଟ୍ରେସନ୍’ ବାଧ୍ୟତାମୂଳକ !

ନନ୍ଦିଘୋଷ ବ୍ୟୁରୋ: ଆଊ ସହଜ ହେବ ନାହିଁ ନିମ୍ କରୋଲି ବାବାଙ୍କ ଦର୍ଶନ ! ଆଗୁଆ କରିବାକୁ ପଡିବ ପଞ୍ଜୀକରଣ । ନଚେତ୍ ମିଳିବନି ବାବଙ୍କ ଦର୍ଶନ ! ଦେଶ ତଥା ବିଶ୍ବରେ ନିମ୍ କରୋଲି ବାବାଙ୍କର ବହୁ ମାତ୍ରାରେ ଭକ୍ତ ରହିଛନ୍ତି । ଆଉ ଯେବେଠାରୁ ଫିଲ୍ମ ହନୁମାନ ଅଂଶ ରିଲିଜ ହୋଇଛି, ସେବେଠାରୁ ଭକ୍ତଙ୍କ ସଂଖ୍ୟା ଆହୁରି ବଢିଯାଇଛି । ବହୁ ସଂଖ୍ୟାରେ ଲୋକ ବାବାଙ୍କ ଦର୍ଶନ ପାଇଁ ଉତ୍ତରାଖଣ୍ଡର କୈଞ୍ଚି ଧାମରେ ପହଁଞ୍ଚୁଛନ୍ତି । ଫଳରେ ସ୍ଥିତି ଏପରି ହୋଇଛି ଯେ, ସପ୍ତାହାନ୍ତରେ ମଧ୍ୟ କୈଞ୍ଚି ଧାମରେ ପାଦ ପକାଇବାକୁ ମଧ୍ୟ ଜାଗା ମିଳୁନି । ଭଓ୍ବାଲି ଠାରୁ ହିଁ ଲମ୍ବା ଜାମ୍ ଆରମ୍ଭ ହୋଇଯାଉଛି । ଅକ୍ଟୋବର ୨ ତାରିଖ ଠାରୁ ହୋଇଥିବା ଲମ୍ବା ଓ୍ବିକେଣ୍ଡରେ କୈଞ୍ଚି ଧାମରେ ପାଖାପାଖି ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରବାକୁ ପହଁଞ୍ଚିଥିଲେ । ଫଳରେ ହଠାତ ଏତେ ମାତ୍ରାରେ ଭିଡ ବଢିଯିବାରୁ ଶୃଙ୍ଖଳା ବଜାୟ ରଖିବା କଷ୍ଟକର ହୋଇପଡିଥିଲା । ତେଣୁ ଏବେ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିରକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଫଳରେ ଭକ୍ତଙ୍କ ପାଇଁ ପ୍ରି-ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରାଯାଉଛି । ଯାହାଦ୍ବାରା କେତେ ପରିମାଣର ଲୋକ ଆସିବେ ତାହା ଆଗୁଆ ହିଁ ଜଣାପଡିପାରିବ । ଏନେଇ କୁମାଉଁ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କୈଞ୍ଚି ଧାମ ପାଇଁ ଏକ ସୁବ୍ୟବସ୍ଥିତ ଏବଂ ସ୍ଥାୟୀ କ୍ରାଉଡ୍ ମ୍ୟାନେଜମେଣ୍ଟ ସିଷ୍ଟମ ବିକଶିତ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି । ଏହାସହ ବୈଠକରେ ପାର୍କିଙ୍ଗ, ଟ୍ରାଫିକ୍, ଭକ୍ତଙ୍କ ସଂଖ୍ୟା, ହୋଟେଲ-ହୋମ୍ ଷ୍ଟେ୍ ସଟଲ, ସେବା ଏବଂ ମନ୍ଦିର କମ୍ପ୍ଲେକ୍ସ ବ୍ୟବସ୍ଥା ସହିତ ଜଡିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା କରାଯାଇଥିଲା । ମନ୍ଦିରର ପ୍ରେବଶ ଏବଂ ପ୍ରସ୍ଥାନ ଦ୍ବାର ଅଲଗା ଅଲଗା କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା ।

ତେବେ ଏହି ପ୍ରି-ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ଏଥିପାଇଁ ଲାଗୁ କରିବାକୁ ବିଚାର କରାଯାଉଛି, କାରଣ ଏହାଦ୍ବାରା ଭିଡ ହେବା ପୂର୍ବରୁ ହିଁ ପ୍ରଶାସନ ଜାଣିପାରିବ ଯେ ଗୋଟେ ଦିନରେ କେତେ ପରିମାଣର ଭକ୍ତ ଦର୍ଶନ ପାଇଁ କୈଞ୍ଚି ଧାମ ପହଁଞ୍ଚିବେ । ଯାହାଫଳରେ ସେହି ହିସାବରେ ବ୍ୟବସ୍ଥା କରାଯାଇପାରିବ । ଏମିତି ହେଲେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନ ଅସୁବିଧାର ସମ୍ମୁଖୀନ ହେବେ ନାହିଁ କି ପୋଲିସ ଓ ପ୍ରଶାସନ ଉପରେ ଅଧିକ ଚାପ ପଡିବ ନାହିଁ । ତେବେ କହିରଖୁଛୁ ଯେ, ଏହି ବ୍ୟବସ୍ଥା ଏପର୍ଯ୍ୟନ୍ତ ଲାଗୁ ହେବା ନେଇ ଚୁଡାନ୍ତ ହୋଇନାହିଁ ।  ଡିଏମ୍ ଏବଂ ଏସଏସପି ତୀର୍ଥଯାତ୍ରୀଙ୍କ ପାଇଁ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ କରିବାକୁ ସରକାରଙ୍କୁ ସୁପାରିଶ କରିବେ । ଆଉ ଏହି ବିଷୟରେ ସରକାର ଅନ୍ତିମ ନିଷ୍ପତ୍ତି ନେବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।