ଏବିଭିପି କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର : ୧୫ତାରିଖ ସରିଛି ରାଜ୍ୟ ଛାତ୍ର ସଂସଦ ନିର୍ବାଚନ । ବିସିଜେଡି ଏବଂ ଏବିଭିପି ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର । ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହଙ୍ଗାମା, ପୋଲିସ ଛାଉଣୀ, ସ୍ଲୋଗାନବାଜି ଏବଂ ପ୍ରତିବାଦ ମଧ୍ୟରେ ବିପୁଳ ବିଜୟ ହାସଲ କରିଛନ୍ତି ଏବିଭିପି ପ୍ରାର୍ଥୀ । ଏବିଭିପି ର ୧୪୨ ପ୍ରାର୍ଥୀ ବିଜୟ ହୋଇଥିବାବେଳେ ବିସିଜେଡିର ୧୨୧ ଜିତିଛନ୍ତି । ଏବିଭିପି ପ୍ରାର୍ଥୀଙ୍କ ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ‘ଏକ୍ସ’ରେ ଲେଖିଛନ୍ତି, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ମୋର ଆନ୍ତରିକ ଅଭିନନ୍ଦନ ।
ଅନ୍ୟପଟେ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,Gen Z ଆମ ସହିତ ଅଛନ୍ତି । ଓଡ଼ିଶାରେ ୭୦ ପ୍ରତିଶତ ଆସନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବିଜୟୀ ହୋଇଛି । ଏଣୁ ଯୁବପିଢ଼ି (Gen Z) ଆମ ସହିତ ଅଛନ୍ତି।
ସେହିପରି,ବିଜେପି ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବିପୁଳ ବିଜୟ ହାସଲ କରିଛି। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପି କ୍ଲିନ୍ ସୁଇପ୍ କରିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।