ଏବେ ବି ବିପଦମୁକ୍ତ ହୋଇନି କରଡ଼ା ଘାଟି, ମରାମତି ଦାବି କରି…
ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ମାଲାଗୁଡ଼ାଠାରେ କଲଭର୍ଟ ଧୋଇ ହୋଇଯିବା ଫଳରେ ରାଇକିଆ-କରଡ଼ା ରାସ୍ତାରେ ଏକ ସପ୍ତାହ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା। ବୁଧବାରଠାରୁ ପୁଣି ଦୁଇ ଚକିଆ ଓ ଛୋଟ ଚାରିଚକିଆ ଯାନ ଚଳାଚଳ ହେଉଛି। ବର୍ଷା ପ୍ରଭାବରେ ଘାଟିର ବିଭିନ୍ନ ସ୍ଥାନରେ ରାସ୍ତା ନଷ୍ଟ ହୋଇଛି। ରାସ୍ତାକଡ଼ରୁ ମାଟି ଧୋଇ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କେତେକ ସ୍ଥାନରେ ପାହାଡ଼ ଉପରୁ ମାଟି ଅତଡ଼ା ଖସିବା ଅବସ୍ଥାରେ ରହିଛି। ଗାର୍ଡଓ୍ବାଲ୍ ମଧ୍ୟ ନଷ୍ଟ ହୋଇଛି। ଏଭଳି ପରିସ୍ଥିତିରେ ସେହି ରାସ୍ତାରେ ବଡ଼ ବସ୍ ଟ୍ରକ୍ ଚାଳଚଳ ହେଲେ ବିପଦ ସମ୍ମୁଖୀନ ହେବାର ଆଶଙ୍କା ରହିଛି। କଳିଙ୍ଗା ଘାଟି ବନ୍ଦ ଥିବାରୁ ଏହି ରାସ୍ତାରେ ଅଧିକ ଯାନବାହନ ସୋରଡ଼ା, ବ୍ରହ୍ମପୁରକୁ ଚଳାଚଳ ହେଉଛି। ଏହାକୁ ତୁରନ୍ତ ମରାମତି ପାଇଁ ଦାବି ହେଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।