ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

Aug 27, 2026 - 22:54
ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ ତୃତୀୟ ବ୍ୟାଟର ଭାବେ ଫଲୋ-ଅନ୍‌ ବରଣ କରିଥିବା ଦଳ ପାଇଁ ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଭାରତର ବିଜୟ ହଜାରେ ଓ ଜିମ୍ବାଓ୍ବେର ଆଣ୍ଡି ଫ୍ଲାଓର ଏହି ତାଲିକାରେ ରହିଥିଲେ।

ହଜାରେ ୧୯୪୮ରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍‌ ଟେଷ୍ଟରେ ଯଥାକ୍ରମେ ୧୧୬ ଓ ୧୪୫ ରନ କରିଥିବା ବେଳେ ଫ୍ଲାଓର ୨୦୦୧ରେ ହରାରେଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୧୪୨ ଓ ୧୯୯* ରନ କରିଥିଲେ। ଏଥିସହିତ ଦିନୁଶା ବିଶ୍ୱର ପଞ୍ଚମ ବ୍ୟାଟର ଭାବେ ଷଷ୍ଠ ପୋଜିଶନରେ ବ୍ୟାଟିଂ କରି ଉଭୟ ଇନିଂସରେ ଶତକ କରିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ଆଲାନ ବର୍ଡର (୧୯୮୦, ପାକିସ୍ତାନ), ଶ୍ରୀଲଙ୍କାର ତିଲକରତ୍ନେ ଦିଲଶାନ (୨୦୦୯, ବାଂଲାଦେଶ), ଧନଞ୍ଜୟ ଡି ସିଲ୍‌ଭା (୨୦୨୪, ବାଂଲାଦେଶ) ଓ କାମିଣ୍ଡୁ ମେଣ୍ଡିସ (୨୦୨୪, ବାଂଲାଦେଶ) ରହିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।