ଏସସିବି ମେଡିକାଲ ର ଡାଟା ଏଣ୍ଟ୍ରି ଅପରେଟର ଗିରଫ

Aug 28, 2026 - 11:43
ଏସସିବି ମେଡିକାଲ ର ଡାଟା ଏଣ୍ଟ୍ରି ଅପରେଟର ଗିରଫ

କଟକ : କୋଟିପତି ଡାଟା ଏଣ୍ଟ୍ରି ଅପରେଟର ଗିରଫ । ଏସସିବି ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତ କୁ ଗିରଫ କରାଯାଇଛି । ମେଡିକାଲ କର୍ମଚାରୀଙ୍କ ଟିଏ, ଡିଏ, ଛୁଟି  ଭତ୍ତା(ଲିଭ୍‌ ସାଲାରି) ଆଦି ସରକାରୀ ସହାୟତା ବାବଦ ୧ କୋଟି ୪୦ ଲକ୍ଷରୁ  ଅଧିକ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ କଲେଜ ଅଧିକ୍ଷକ । ତାଙ୍କ ବିରୋଧରେ BNS ଧାରା ୩୧୬ (୪) ଅନୁଯାୟୀ ମାମଲା ରୁଜୁ କରିଛି ମଙ୍ଗଳାବାଗ ଥାନା ପୋଲିସ । ଗତ ୧୦ ବର୍ଷ ଭିତରେ ଏକ ବ୍ୟାଙ୍କ ଆକାଉଣ୍ଟକୁ ୨୦୭ ଥର ଟ୍ରାଞ୍ଜାକ୍ସନ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କର୍ମଚାରୀମାନଙ୍କ ଦରମା ସମ୍ପର୍କିତ କାର୍ଯ୍ୟ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜରିଆରେ ହେଉଥିଲା ।

ଅଡିଟ୍‌  ରିପୋର୍ଟକୁ ଆଧାର କରି ମେଡିକାଲ  ଅଧୀକ୍ଷକ ପ୍ରଫେସର ଡା. ଜ୍ୟୋତିଷ  ଚନ୍ଦ୍ର ଚୌଧୁରୀ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା  ରୁଜୁ କରି ତଦନ୍ତ ଚଳାଇଛି । ଏହି ଘଟଣାକୁ ନେଇ ତଦନ୍ତ ପରେ ମଙ୍ଗଳାବାଗ ପୋଲିସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପୋଲିସ ଗିରଫ କରିଛି । ତେବେ ଏହି ଆର୍ଥିକ ଅନିୟମିତତା କିପରି ହେଲା, ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ସେନେଇ ତଦନ୍ତ ଜାରି ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।