26 OCTOBER 2026

Welcome!

Unlock your personalized experience.
Sign Up

ଏସ୍‌ସିବି ଲିଫ୍ଟରେ ଅଧଘଣ୍ଟା ଫସିଲେ ୬ ରୋଗୀ: ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Oct 26, 2026 - 03:24
ଏସ୍‌ସିବି ଲିଫ୍ଟରେ ଅଧଘଣ୍ଟା ଫସିଲେ ୬ ରୋଗୀ: ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କଟକ: ଏସ୍‌ସିବିରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ରୋଗୀ ଓ ସମ୍ପର୍କୀୟ। ହଠାତ୍‌ ଏକ ଲିଫ୍ଟ ଅଚଳ ହୋଇଯିବାରୁ ଏଥିରେ ୬ ଜଣ ରୋଗୀ ଓ ସମ୍ପର୍କୀୟ ପ୍ରାୟ ଅଧଘଣ୍ଟା ଫସି ରହିଥିଲେ। ସର୍ଜରି ବିଭାଗ କୋଠାରେ ଏଭଳି ଅଘଟଣ ଘଟିଛି। ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଲିଫ୍ଟରେ ଫସିରହିଥିବା ଏହି ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିୟମିତ ଲିଫ୍ଟ ମରାମତି ଓ ଯାଞ୍ଚ କରା ନ ଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Hope and the Sky: ଆଶା ଓ ଆକାଶ: ସ୍ଥାପତ୍ୟର ରାଜ୍ୟରେ ବଙ୍ଗୀୟ କାରିଗରଙ୍କ ଆଧିପତ୍ୟ

ରବିବାର ସନ୍ଧ୍ୟା ସମୟରେ ଏସ୍‌ସିବି ମେଡିକାଲର ସର୍ଜରି ବିଭାଗ ଲିଫ୍ଟରେ ରୋଗୀ ଓ ସମ୍ପର୍କୀୟମାନେ ଫସି ରହିଥିଲେ। ଏହି କୋଠାଟି ଜି-ପ୍ଲସ୍‌ ୨ ହୋଇଥିବା ବେଳେ ସେଥିରେ  ବହୁ ରୋଗୀ ଓ ସମ୍ପର୍କୀୟ ଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ସମସ୍ତେ ଉଦ୍ୟମ କରିଥିଲେ। ଅଗ୍ନିଶମ କର୍ମଚାରୀ ଓ ଲିଫ୍ଟ ମରାମତି କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ପରେ ଉକ୍ତ ଲିଫ୍ଟରୁ ଶେଖ୍‌ ମାୱାଜ୍‌ (୩୨), ରାଜ୍‌ଦା ବେଗମ୍‌ (୫୦), ପ୍ରଦ୍ୟୁମ୍ନ ମହାପାତ୍ର (୩୬), ବାଦଲ ଦାସ (୫୯), ବିମଳା ପ୍ରଧାନ (୪୨), ଶାନ୍ତନୁ ସାହୁ (୪୫)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିଲା।

S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।