ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ
ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କାଲିଠୁ ୨୪ ଯାଏ ଗଜପତିରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏହାସହ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ଗଜପତି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲା ପ୍ରଶାସନ। ଭୂସ୍ଖଳନ ଭୟ ଥିବା ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ବଙ୍ଗୋପସାଗର ସୃଷ୍ଟି ଲଘୁଚାପ ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ। ୧୧ଟି ଜିଲା ଉପରେ ଏହାର ପ୍ରଭାବ ପଡ଼ିବ। କାଲିଠୁ ବର୍ଷା ଆରମ୍ଭ ୨୩ ଓ ୨୪ରେ ପ୍ରବଳ ବର୍ଷିବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲାର ଜିଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଇନ୍ଦ୍ରାବତୀରେ ଏବଂ ତେଲିଙ୍ଗିରି ଡ୍ୟାମରେ ପାଣି କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।