ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…
ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି ୨୦ ଜୁନ ୨୦୨୬ରେ ଜାରି ହୋଇଥିଲା। ଏବେ ପରବର୍ତ୍ତୀ କିସ୍ତି କେବେ ମିଳିବ, ତାହାକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।
ମିଡିଆ ରିପୋର୍ଟ ଅନୁସାରେ, ୨୪ତମ କିସ୍ତି ଅକ୍ଟୋବର ମାସରେ କିମ୍ବା ଦୀପାବଳି ପୂର୍ବରୁ ଜାରି ହୋଇପାରେ। କୃଷି ବିଭାଗର ଉପ କୃଷି ନିର୍ଦ୍ଦେଶକ ନୀଲେଶ ଚୌରସିଆ ମଧ୍ୟ ନିକଟରେ ଅକ୍ଟୋବରରେ କିସ୍ତି ଆସିବାର ସଙ୍କେତ ଦେଇଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କିସ୍ତି ଜାରି ହେବାର କୌଣସି ନିଶ୍ଚିତ ତାରିଖ ଘୋଷଣା କରାଯାଇନାହିଁ।
PM-KISANର ୨୪ତମ କିସ୍ତି ପାଇବାକୁ ଚାଷୀଙ୍କୁ କିଛି ଜରୁରୀ ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ। ସେଥିମଧ୍ୟରୁ e-KYC ଅତ୍ୟନ୍ତ ଜରୁରୀ। PM-KISANରେ ପଞ୍ଜୀକୃତ ଚାଷୀଙ୍କ ପାଇଁ e-KYC ବାଧ୍ୟତାମୂଳକ ରହିଛି।
ଯେଉଁ ଚାଷୀଙ୍କ e-KYC ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ, ସେମାନେ ଶୀଘ୍ର ଏହା ପୂରଣ କରିନେବା ଆବଶ୍ୟକ। ନଚେତ୍ ପରବର୍ତ୍ତୀ କିସ୍ତି ପାଇବାରେ ସମସ୍ୟା ହୋଇପାରେ।
ଏହା ସହିତ ଚାଷୀଙ୍କ ବ୍ୟାଙ୍କ ଖାତା ତଥ୍ୟ, ଆଧାର ସଂଯୋଗ ଏବଂ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ଠିକ ରହିବା ଦରକାର। PM-KISAN ଟଙ୍କା DBT ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଏ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।