ଏୟାର ଇଣ୍ଡିଆକୁ ହାଇଜାକ୍ ଆଲର୍ଟ, ଜୟପୁରରେ ଏମରଜେନ୍ସି ଲ୍ୟାଣ୍ତିଂ
ଏୟାର ଇଣ୍ଡିଆକୁ ହାଇଜାକ୍ ଆଲର୍ଟ, ଜୟପୁରରେ ଏମରଜେନ୍ସି ଲ୍ୟାଣ୍ତିଂ
ନନ୍ଦିଘୋଷ ବ୍ୟୁରୋ: ଏୟାର ଇଣ୍ଡିଆ ଫ୍ଲାଇଟ୍ AI-୨୦୩୦କୁ ହାଇଜାକ୍ ଆଲର୍ଟ । ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆକୁ ହାଇଜାକ୍ ଆଲର୍ଟ ପରେ ଫ୍ଲାଇଟ୍ ଜୟପୁରରେ ଏମରଜେନ୍ସି ଲ୍ୟାଣ୍ତିଂ କରିଥିଲା । ପ୍ରାଥମିକ ରିପୋର୍ଟରେ, ବୋମା ଧମକ ଓ ସମ୍ଭାବ୍ୟ ଅପହରଣ ଆଶଙ୍କା ଥିବା ନେଇ କୁହାଯାଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ଅପହରଣ ନିଶ୍ଚିତ ହୋଇନାହିଁ ବୋଲି ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ, ଅହମ୍ମଦାବାଦ ଏଟିସି ବିମାନ ସମ୍ପର୍କରେ ଏକ ସତର୍କ ସୂଚନା ପାଇଥିଲା । ପରେ ପାଇଲଟ୍ କିଛି ସେକେଣ୍ତ ପାଇଁ ସ୍କାକ୍-୭୫୦୦ ଘୋଷଣା କରିଥିଲେ । ବିମାନ ଚଳାଚଳରେ ଏହା ଏକ ଜରୁରୀକାଳୀନ ସଂକେତ ଅଟେ । ଯାହା ବିମାନ ଅପହରଣ ବା ବେଆଇନ ହସ୍ତକ୍ଷେପକୁ ସୂଚାଇଥାଏ । ପରେ ଫ୍ଲାଇଟ୍ ଜୟପୁର ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ତିଂ କରିଥିଲା । ଫ୍ଲାଇଟ୍ କୁ ବିମାନବନ୍ଦର ଟର୍ମିନାଲର ଏକ ନିର୍ଦ୍ଦିଷ୍ଟ ହୋଲ୍ଡିଂ ଏରିଆକୁ ନିଆଯାଇଥିଲା। ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସ୍ଥାନୀୟ ପୋଲିସ, ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳର କର୍ମଚାରୀମାନେ କ୍ରୁ ଓ ଯାତ୍ରୀମାନଙ୍କ ଲଗେଜ ଯାଞ୍ଚ୍ ଆରମ୍ଭ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।