କଂଗ୍ରେସର ପରିବର୍ତ୍ତନ ରାଲି
ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସର ପରିବର୍ତ୍ତନ ରାଲି । ଯୋଗଦେଇଛନ୍ତି ଇଣ୍ଡିଆ ମେଣ୍ଟର ଅନେକ ବରିଷ୍ଠ ନେତା । MMDR ଆଇନ ରଦ୍ଦ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆଜି ଭୁବନେଶ୍ୱରରେ ଲୋୟର ପିଏମଜିରେ ବିଶାଳ ବିକ୍ଷୋଭ ଓ ପ୍ରତିବାଦ ସଭା କରି ଗର୍ଜନ କରିଛି । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ସମେତ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍) ଲିବରେସନ୍, ଫରୱାର୍ଡ ବ୍ଲକ୍, ଏନ୍ସିପି, ସମାଜବାଦୀ ପାର୍ଟି ଓ ଆର୍ଜେଡିର ନେତା ଓ କର୍ମୀ ସାମିଲ। କଂଗ୍ରେସ ଓ ଇଣ୍ଡି ମେଣ୍ଟର ନେତାମାନେ ଏଥିରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଇଣ୍ଡି ମେଣ୍ଟର ଅନେକ ବରିଷ୍ଟ ନେତା ଏହି ରାଲିରେ ସାମିଲ ହୋଇଛନ୍ତି। MMDR ଆଇନ ହଟାଇବା ସମେତ ନିର୍ବାଚନ କମିଶନରେ ବିବାଦ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରାଯାଇଛି। SIRକୁ ମଧ୍ୟ ତୀବ୍ର ବିରୋଧ କରାଯାଇଛି। ଏହାସହ ବହିତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ମଧ୍ୟ ଦାବି କରାଯାଉଛି । ଏହି ଅବସରରେ କଂଗ୍ରେସ ଓ ଇଣ୍ଡିଆମେଣ୍ଟର ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବାର କାର୍ଯ୍ୟକ୍ରମ ରଖିଛି ଇଣ୍ଡିଆ ମେଣ୍ଟ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଇଣ୍ଡିଆ ମେଣ୍ଟର ଅନେକ ବରିଷ୍ଟ ନେତା ଏହି ପରିବର୍ତ୍ତନ ରାଲି ରେ ଯୋଗ ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।