ପୁରୀ ଟାଉନ ଥାନା ଅଞ୍ଚଳରେ ବିଭିନ୍ନ ଖଜା ଗୋଦାମ ଓ କାରଖାନାରେ ଚଢ଼ାଉ
ନନ୍ଦିଘୋଷ ବ୍ୟୁରୋ : ପୁରୀ ଟାଉନ ଥାନା ଅଞ୍ଚଳରେ ବିଭିନ୍ନ ଖଜା ଗୋଦାମ ଓ କାରଖାନାରେ ଚଢ଼ାଉ । ଅସାଧୁ ଉପାୟରେ ଲୋକମାନଙ୍କୁ ଠକୁଥିବା ଖଜା ବ୍ୟବସାୟୀଙ୍କ ଗୋଦାମରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଓ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଇଥିଲା। କାକୁଡି ଖାଇ ଛକ ନିକଟରେ ଥିବା ବିଭିନ୍ନ ଖଜା ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରାଯାଇଥିବା ବେଳେ ପ୍ରାୟ ତିନି କୁଇଣ୍ଟାଲ ରୁ ଅଧିକ ଭେଜାଲ ଓ ନିମ୍ନ ମାନର ଖଜା ଜବତ କରାଯାଇଛି। ପୋଲିସ,ଖାଦ୍ୟ ସୁରକ୍ଷା ବିଭାଗ, ପୁରୀ ମହାନଗର ନିଗମ, ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଛି। ଯାଞ୍ଚ ବେଳେ ବହୁ ମାତ୍ରାରେ ଘରୋଇ ଗ୍ୟାସ ବ୍ୟବହାର ନେଇ ନଜରକୁ ଆସିଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ପ୍ରାୟ ୭ଟି ଘରୋଇ ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି…।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।