କଇଁ ଫୁଲ ତୋଳିବା ହେଲା କାଳ! ପୋଖରୀରେ ବୁଡ଼ି ୩ ଶିଶୁ ମୃତ, ଆଉ ଜଣେ ନିଖୋଜ ସନ୍ଦେହ
ଶ୍ଚିନ୍ତକୋଇଲି (ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ରବିବାର ସକାଳେ କିଛି ଶିଶୁ କାଇଁ ଫୁଲ ତୋଳିବା ପାଇଁ ପୋଖରୀ ନିକଟକୁ ଯାଇଥିଲେ। ସେମାନେ ପୋଖରୀ କୂଳରେ ଚପଲ ରଖି ଫୁଲ ତୋଳିବାକୁ ପାଣି ଭିତରକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ ସେମାନେ ପାଣିରେ ବୁଡ଼ି ଯାଇଥିବା ଜଣାପଡ଼ିଛି। ଏଥିରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ପୋଖରୀ କୂଳରେ ୪ ହଳ ଚପଲ ଥିବାରୁ ଆଉ ଜଣେ ଶିଶୁ ନିଖୋଜ ଥିବା ସନ୍ଦେହ କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।