ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

Nov 01, 2026 - 09:12
ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ
ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ ଉପରେ ବଡ଼ କୁପ୍ରଭାବ ପକାଉଛି। ଠିକ୍‌ ସମୟରେ ଆମେ କୌଣସି ଋତୁକୁ ଅନୁଭବ କରିପାରୁ ନାହୁଁ। ପାଠରେ ୬ଟି ଋତୁ ପଢ଼ୁଥିଲେ ମଧ୍ୟ ବାସ୍ତବରେ ୩ଟିକୁ ଅନୁଭବ କରୁଛୁ। ପ୍ରଦୂଷଣଜନିତ ଜଳବାୟୁ ପରିବର୍ତ୍ତନକୁ ଆମେ ଗୁରୁତ୍ୱର ସହ ନେବାକୁ ପଡିବ। ଖାଦ୍ୟ ଓ ଶସ୍ୟର ସୁରକ୍ଷା ଦେବାକୁ ହେବ। ପାଣିର ଠିକ୍‌ ବ୍ୟବହାର ଦରକାର। ପରିବେଶ ସୁରକ୍ଷା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ଆବଶ୍ୟକ।

ବାପୁନି ସାହୁ, ଛାତ୍ର, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱର

ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ
ଦିନକୁ ଦିନ ପରିବେଶର ଅବକ୍ଷୟ ଘଟୁଛି। ଗଛ ବହୁଳ ଭାବେ କଟାଯାଉଛି। ଜଙ୍ଗଲ କାଟି କଂକ୍ରିଟ ସହର ଗଢ଼ା ହେଉଛି। ସେଥିପାଇଁ ଜୀବଜନ୍ତୁଙ୍କ ବଂଶ ମଧ୍ୟ ବିଲୁପ୍ତ ହୋଇଗଲାଣି। ବହୁ ଜୀବଜନ୍ତୁ ଦେଖିବା ସ୍ବପ୍ନ ହୋଇଗଲାଣି। ଯୁବପିଢ଼ିଙ୍କ ପାଇଁ ଏହା ଇତିହାସ ପାଲଟିଗଲାଣି। ସମସ୍ତେ ଆଗେଇ ଆସି ପରିବେଶକୁ ସୁରକ୍ଷା ଦେବାକୁ ପଡ଼ିବ। ଗଛ ଲଗାଇବା ସହ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବାକୁ ହେବ। ଏହା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଆମ ସମସ୍ତଙ୍କର କାର୍ଯ୍ୟ ହେବା ଦରକାର।

ସଞ୍ଜୟ କୁମାର ସାହୁ, ଛାତ୍ର, ଏକାମ୍ର କଲେଜ, ଭୁବନେଶ୍ୱର


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।