କଙ୍ଗନାଙ୍କ କଡା ଉତ୍ତର
ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାକ୍ଷୀ ସାୱନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି । କଙ୍ଗନା କହିଛନ୍ତି ଯେ ଏପରି ମନ୍ତବ୍ୟ ଦେଉଥିବା ଲୋକଙ୍କୁ ସଫେଇ କର୍ମଚାରୀ ଭାବେ ବି ଚାକିରି ମିଳିବ ନାହିଁ । ଏକ ପୋଷ୍ଟ ମାଧ୍ୟମରେ କଙ୍ଗନା କହିଛନ୍ତି ଯେ ବିଫଳ ଓ ଈର୍ଷାଳୁ ଲୋକମାନେ ନିଜର ନକାରାତ୍ମକ ମାନସିକତାକୁ ଲୁଚାଇବା ପାଇଁ ଜଣେ ସଫଳ ନାରୀର ଚରିତ୍ର ସଂହାର କରିବାକୁ ଚେଷ୍ଟା କରନ୍ତି । ଯାହାକୁ କଦାପି ବରଦାସ୍ତ କରାଯିବା ଉଚିତ ନୁହେଁ । ପ୍ରତ୍ୟେକ ପେଷାରେ ଦକ୍ଷତା ଓ ଯୋଗ୍ୟତା ଆବଶ୍ୟକ ବୋଲି କଙ୍ଗନା ମତଦେଇଛନ୍ତି । କଙ୍ଗନା ରକ୍ଷୀଙ୍କୁ ବୃଥା ଆଶାରେ ନରହି ନିଜ ରିଲ୍ସ ଦେଖିବା ସହ କାନ୍ଦିବାକୁ କଟାକ୍ଷ କରିଛନ୍ତି । ସୂଚନାଯୋଗ୍ୟ, ସମ୍ପ୍ରତି ଏକ ପୋଡକାଷ୍ଟ ସାକ୍ଷାତକାରରେ ରାକ୍ଷୀ, ପ୍ରଧାନମନ୍ତ୍ରୀ ମୋଦୀ, କଙ୍ଗନା ରାଣାୱତ ଓ ସ୍ମୃତି ଇରାନୀଙ୍କୁ ନେଇ ଏକ ଅଶୋଭନୀୟ ଓ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।