କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ।
ସିଡିଏ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଛାତ୍ରଙ୍କ ପରିବାର ପକ୍ଷରୁ କଟକ ଫେଜ-୨ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ତେବେ ଛାତ୍ରଙ୍କ ମୃତ୍ୟୁକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।
ମୃତ ଛାତ୍ର ହେଉଛନ୍ତି ଚିନ୍ମୟ କୁମାର ସାହୁ। ତାଙ୍କ ବୟସ ୧୭ ବର୍ଷ। ଚିନ୍ମୟ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ର ଥିଲେ। ତାଙ୍କ ଘର ଢେଙ୍କାନାଳ ଜିଲାର ଶଙ୍କରପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।
ଛାତ୍ରଙ୍କ ମୃତ୍ୟୁ କିପରି ହେଲା, ଏହା ପଛରେ ପ୍ରକୃତ କାରଣ କଣ ଏବଂ ପରିବାର ଆଣିଥିବା ହତ୍ୟା ଅଭିଯୋଗରେ କେତେ ସତ୍ୟତା ରହିଛିତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।