କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍…
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ ବିବେଚନା କରାଯାଏ। ତେଣୁ ଏହି ରାଶିରେ ବୁଧଙ୍କ ପ୍ରଭାବ ଅଧିକ ଶକ୍ତିଶାଳୀ ହୋଇଥାଏ। ବୁଧଙ୍କ ଏହି ଗୋଚର ବୁଦ୍ଧି, କଥାବାର୍ତ୍ତା, ଶିକ୍ଷା, ବ୍ୟବସାୟ ଏବଂ ନିଷ୍ପତ୍ତି ନେବା କ୍ଷମତା ପାଇଁ ଶୁଭ ବୋଲି ମନେ କରାଯାଏ। ତେବେ ରାଶି ଅନୁସାରେ ବୁଧ ଭିନ୍ନ ଭିନ୍ନ ଭାବରେ ରହିବାରୁ କିଛି ରାଶିର ଲୋକଙ୍କୁ ଅତ୍ୟଧିକ ଖର୍ଚ୍ଚ, ଆର୍ଥିକ ସମସ୍ୟା, ସମ୍ପର୍କରେ ଭୁଲ ବୁଝାମଣା ଏବଂ ମାନସିକ ଚାପ ଭଳି ବିଷୟରେ ସତର୍କ ରହିବାକୁ ପଡ଼ିପାରେ।
ତୁଳା ରାଶିର ଲୋକଙ୍କ ପାଇଁ ବୁଧ ଦ୍ୱାଦଶ ଭାବରେ ଗୋଚର କରିବେ। ଏହି ସମୟରେ ଯାତ୍ରା, ଅନଲାଇନ ସପିଂ, ମନୋରଞ୍ଜନ କିମ୍ବା ବିଦେଶ ସମ୍ବନ୍ଧୀୟ କାମରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ। ବାହାର ଦେଶ ସମ୍ବନ୍ଧୀୟ କାମରୁ କିଛି ଭଲ ସୁଯୋଗ ମିଳିପାରେ, କିନ୍ତୁ ବଢ଼ିଥିବା ଖର୍ଚ୍ଚ ସଞ୍ଚୟ ଉପରେ ପ୍ରଭାବ ପକାଇପାରେ। ତେଣୁ ଭଲଭାବେ ଯାଞ୍ଚ ନକରି କୌଣସି ସ୍ଥାନରେ ଟଙ୍କା ନିବେଶ କରନ୍ତୁ ନାହିଁ। ଅନାବଶ୍ୟକ ଖର୍ଚ୍ଚ, ଋଣ ଏବଂ ତରବରିଆ ନିବେଶରୁ ଦୂରେଇ ରହିବା ଭଲ।
କୁମ୍ଭ ରାଶିର ଲୋକଙ୍କ ପାଇଁ ବୁଧ ଅଷ୍ଟମ ଭାବରେ ଗୋଚର କରିବେ। ଏହି ସମୟରେ ସଂଯୁକ୍ତ ଧନ, ଟ୍ୟାକ୍ସ, ବୀମା, ନିବେଶ ଏବଂ ହଠାତ୍ ଆସିପାରୁଥିବା ଆର୍ଥିକ ପରିବର୍ତ୍ତନକୁ ନେଇ ସତର୍କ ରହିବା ଆବଶ୍ୟକ। କୌଣସି ଆର୍ଥିକ କିମ୍ବା ଆଇନଗତ କାଗଜପତ୍ରରେ ସାଇନ କରିବା ପୂର୍ବରୁ ପ୍ରତ୍ୟେକ ନିୟମ ଭଲଭାବେ ପଢ଼ନ୍ତୁ। କେବଳ ସାମ୍ନାରେ ଥିବା ସୁଯୋଗ ଭଲ ଦେଖାଯାଉଛି ବୋଲି ତରବରିଆ ଭାବେ କୌଣସି ଆର୍ଥିକ ବୋଝ ନିଅନ୍ତୁ ନାହିଁ।
ମୀନ ରାଶିର ଲୋକଙ୍କ ପାଇଁ ବୁଧ ସପ୍ତମ ଭାବରେ ଗୋଚର କରିବେ। ଏହି ସମୟରେ ବ୍ୟକ୍ତିଗତ ସମ୍ପର୍କ ଏବଂ ବ୍ୟବସାୟିକ ପାର୍ଟନରସିପ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ଆପଣଙ୍କ କଥାବାର୍ତ୍ତାର ଶୈଳୀ ଏହି ସମୟରେ ବେଶ ଗୁରୁତ୍ୱ ରଖିବ। ଛୋଟ ଛୋଟ କଥାକୁ ନେଇ ଅଧିକ ବିତର୍କ କଲେ ପାର୍ଟନରଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ବ୍ୟବସାୟୀମାନଙ୍କୁ ନୂଆ ପ୍ରସ୍ତାବ ମିଳିପାରେ। କିନ୍ତୁ କୌଣସି ପାର୍ଟନରସିପ୍କୁ ଚୂଡ଼ାନ୍ତ କରିବା ପୂର୍ବରୁ ସମସ୍ତ ସର୍ତ୍ତକୁ ଭଲଭାବେ ବୁଝି ନିଅନ୍ତୁ। ପାର୍ଟନରଙ୍କ ସହ ମତଭେଦ, ସନ୍ଦେହ ଏବଂ ତରବରିଆ ଚୁକ୍ତିରୁ ସତର୍କ ରୁହନ୍ତୁ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।