କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

Aug 17, 2026 - 09:11
କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ ଏକ ସରଳ ଉପାୟରେ ଆପଣ ଏହାକୁ ସନ୍ତୁଳିତ ରଖିପାରିବେ। ଯଦି ଜଣେ ବ୍ୟକ୍ତି ନିୟମିତ କଲରା ଖାଆନ୍ତି ତେବେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବ ବୋଲି ଜଣାପଡ଼ିଛି। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି। କଲରାରେ ଭିଟାମିନ୍‌ ‘ଏ’ ମଧ୍ୟ ରହିଛି। ସବୁଠାରୁ ଖାସ୍‌ କଥା ହେଲା, ଏହାକୁ ଖାଇଲେ ତାହାର ଭଲ ପ୍ରଭାବ ଦୃଷ୍ଟି ଶକ୍ତି ଉପରେ ପଡ଼ିଥାଏ। ଡାଇବେଟିସ୍‌ ସମସ୍ୟା ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ବରଦାନ ସଦୃଶ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା (ସୁଗାର) ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ। କଲରାରୁ ପ୍ରସ୍ତୁତ ଜୁସ୍‌ ମଧ୍ୟ ଶରୀର ପାଇଁ ବେଶ୍‌ ଉପକାରୀ। ଉଚ୍ଚ ରକ୍ତଚାପ, ଆଜ୍‌ମା ରୋଗୀଙ୍କ ପାଇଁ ଏହା ମଧ୍ୟ ଲାଭପ୍ରଦ। କଲରାରେ କ୍ୟାଲୋରି, ଫ୍ୟାଟ୍‌ ଏବଂ କାର୍ବୋହାଇଡ୍ରେଟ୍‌ ରହିଛି, ଯାହା ଶରୀରର ଓଜନକୁ ସନ୍ତୁଳିତ ରଖେ। ଏହା ରକ୍ତ ପରିଷ୍କାର କରେ ଓ ଖାଦ୍ୟ ହଜମରେ ମଧ୍ୟ ସାହାଯ୍ୟ କରେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।