କଲେଜ ଛାତ୍ରୀଙ୍କୁ ଅପହରଣ: ଥାନାରେ ମାମଲା
ହାଟଡ଼ିହୀ,୧l୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ରହୁଥିବା ଜଣେ ୧୭ ବର୍ଷିୟା କଲେଜ ଛାତ୍ରୀଙ୍କୁ ପନ୍ଦାଡୋ ଗ୍ରାମର ହରେକୃଷ୍ଣ ଦେବତାଙ୍କ ପୁଅ ଶିଶିର ଦେବତା(୩୫) ଗତ ଶନିବାର ରାତିରେ ଅପହରଣ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
ପରିବାର ଲୋକ ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି l ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତି ରବିବାର ଝିଅ ଘର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୩୯୩/୨୦୨୬) ରୁଜୁ କରି ଛାତ୍ରୀଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।
ଅପରପକ୍ଷେ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଇନସ୍ପେକ୍ଟର ବଳିଆ ବାରିକଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ନାବାଳିକାକୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଏବଂ ଅନୁସନ୍ଧାନ ଜାରି ରଖିଛି। ଏଥିସହ ଅନ୍ୟମାନଙ୍କୁ ପଚରାଉଚରା ଚଳାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।