କାର୍ ସର୍ଭିସ୍ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ
ବ୍ରହ୍ମପୁର : କାର୍ ସର୍ଭିସ୍ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ଆଖି ପିଛୁଳାକେ ଜଳିଗଲା ବହୁ ନାମୀ ଦାମୀ ଗାଡି । ବ୍ରହ୍ମପୁର ହଳଦିଆପଦରରେ ଥିବା ଗାଡ଼ି ସୋ’ରୁମ୍ ଗଧଟିଛି ଏହି ଅଘଟଣ । ବସ୍ ଟର୍ମିନାଲ୍ ନିକଟରେ ଥିବା ଏକ କାର୍ ସର୍ଭିସ୍ ସେଣ୍ଟରରେ ହଠାତ୍ ନିଆଁ ଲାଗିବା ପରେ ଭୟଙ୍କର ରୂପ ନେଇ ଜଳିପୋଡି ଛାରଖାର ହୋଇଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି । ଅଗ୍ନିଶମ ବିଭାଗର ୯ଟି ଗାଡ଼ି ଓ ରୋବୋଟିକ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଦକ୍ଷିଣାଞ୍ଚଳ ସିଏଫ୍ ଓ ବିଚିତ୍ର କୁମାର ପଣ୍ଡା ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସର୍ଭିସିଂ ସେଣ୍ଟରଟି ସେନ୍ସର ସିଷ୍ଟମରେ ଲକ୍ ହୋଇଯାଇଥିବାରୁ ଗେଟ୍ ଓ ଲକ୍ ଭାଙ୍ଗି ଭିତରକୁ ପଶିଥିଲା ଅଗ୍ନିଶମ ବାହିନୀ। ଦହନଶୀଳ ପଦାର୍ଥ ଯୋଗୁଁ ନିଆଁ ଭୟଙ୍କର ରୂପ ନେଇଥିବା ବେଳେ, ବହୁ କାର୍ ଓ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ସୋରୁମ୍ ଭିତରେ କେତେ ପରିମାଣର ସମ୍ପତ୍ତି କ୍ଷୟକ୍ଷତି ହୋଇଛି, ସେନେଇ ମଧ୍ୟ ଆକଳନ କରାଯାଇନାହିଁ । ଅନ୍ୟପଟେ, ନିଆଁ ଆଖପାଖ ଅଞ୍ଚଳକୁ ନ ବ୍ୟାପିବ, ସେଥିପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସତର୍କତାର ସହ କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ପରେ ଜଣାପଡ଼ିବ । ତେବେ ଏତେବଡ଼ ଗାଡି ସୋ' ରୁମ ହୋଇଥିଲେ ମଧ୍ୟ ସୋରୁମର ଫାୟାର ସେଫ୍ଟି ସାର୍ଟିଫିକେଟ ନଥିବା ଜଣ ପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।