ସାଂସଦଙ୍କୁ ଠକେଇ ଅଭିଯୋଗ ରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ
ଭୁବନେଶ୍ୱର : ଜାଗା ଦେବାକୁ କହି ସାଂସଦଙ୍କୁ ଠକେଇ ଅଭିଯୋଗ । ଭୁବନେଶ୍ୱର ନୟାପଲ୍ଲୀ ନୂଆସାହି ଆପାର୍ଟମେଣ୍ଟରୁ ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁ । ସ୍ୱତନ୍ତ୍ର ୱାରେଣ୍ଟ ବଳରେ ବାନ୍ଧିଲା ନୟାପଲ୍ଲୀ ପୋଲିସ । ସାଂସଦ ସୁଜିତ କୁମାରଙ୍କ ସହ ଜମି ଠକେଇ କରିଥିଲେ ଅଜିତ ସାହୁ । ପୂର୍ବରୁ ତାଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ପଳାତକ ଘୋଷଣା କରିଥିଲା । ନୟାପଲ୍ଲୀ ବାନ୍ଧିଲା କମିସନରେଟ ପୋଲିସ ।
ସୂଚନାନୁସାରେ, ୨୦୨୪ ମସିହାରେ ଜମି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଅଜିତଙ୍କ ନାଁରେ ତୁଗଲଗ ଥାନାରେ ଏତଲା ଦେଇଥିଲେ ରାଜ୍ୟସଭା ସାଂସଜ ସୁଜିତ କୁମାର । ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ବାରମ୍ବାର କୋର୍ଟର ସମନ ସତ୍ୱେ ହାଜର ହୋଇନଥିଲେ । ଯେଉଁଥିପାଇଁ ଅଜିତଙ୍କ ବିରୋଧରେ ୱାରେଣ୍ଟ ଇସ୍ୟୁ କରିଥିଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ତେବେ ଠକେଇ ଅଭିଯୋଗକୁ ଅଜିତ ଖଣ୍ଡନ କରିଥିବା ବେଳେ ଏନେଇ ପୋଲିସ କିମ୍ବା ସାଂସଦ ସୁଜିତ କୁମାରଙ୍କ ପ୍ରତିକ୍ରିୟା ମିଳିପାରିନି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।