କାଲିଠୁ ପିତୃପକ୍ଷ ଆରମ୍ଭ, ୧୫ ଦିନ ଧରି ଚାଲିବ ତିଳ ତର୍ପଣ ଓ ଶ୍ରାଦ୍ଧ
ନନ୍ଦିଘୋଷ ବ୍ୟୁରୋ : ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାରୁ ପିତୃପକ୍ଷ । ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ ଅପରପକ୍ଷ । ୧୫ ଦିନ ପିତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଲିବ ତିଳ ତର୍ପଣ। ବିଶ୍ୱାସ ରହିଛି ଏହି ସମୟରେ ସମସ୍ତ ପିତୃପୁରୁଷ ମାନେ ଶ୍ରାଦ୍ଧ, ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ଏଣୁ ଶ୍ରଦ୍ଧାର ସହ ଏହି ସମୟରେ ରୀତିନୀତି ଅନୁସାରେ ଶ୍ରାଦ୍ଧ କରି ବଂଶଧର ମାନେ ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦି କରିଥାନ୍ତି । ଶ୍ରାଦ୍ଧରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ପିତୃପକ୍ଷ। ତେବେ ଏହି ଅପରପକ୍ଷ ବା ପିତୃ ପକ୍ଷ ସମୟରେ ଅନେକ ନିୟମ ନିଷ୍ଠା ରହିଛି। ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ ରହିଛି । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୂର୍ଣ ନିଷିଦ୍ଧ । ସେହିପରି ତିଳ ତର୍ପଣ ,ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବାର ବିଧି ମଧ୍ୟ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।