କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ
କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ କ୍ଷେତରେ ଧାନ ଶୋଭା ପାଉଥିବାବେଳେ ଜମିର ହିଡ ଓ ନଦୀ, ରାସ୍ତା ପାଶର୍ବରେ କାଶତଣ୍ଡି ଶୋଭାପାଉଛି । ଜଗତ ଜନନୀ ମା’ ଦୁର୍ଗାଙ୍କ ଆଗମନରେ ଶରତ ଋତୁରେ ଖିଲି ଖିଲି ହସରେ ମା’ଙ୍କୁ ନିମନ୍ତ୍ରଣ କରୁଛି। ବିଲ ବାଡ଼ି ଏବଂ ଚତୁର୍ଦ୍ଦିଗରେ କାଶତଣ୍ଡିର ସମ୍ଭାର। ଏହି କାଶତଣ୍ଡିର ଆଗମନରେ ଆକାଶଠାରୁ ପୃଥିବୀର ଚାରିପଟେ ନୀଳ ଆକାଶରେ କି ଶୋଭା ଦେଖାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।