କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

Jul 14, 2026 - 17:18
କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା ପାଳିତ ହେଉଥିଲା। ବର୍ତ୍ତମାନ ତାହା ଦେବୋତ୍ତର ବିଭାଗ ପକ୍ଷରୁ ପାଳିତ ହେଉଛି। ତେଣୁ ମଙ୍ଗଳବାର ରଥଯାତ୍ରା ପାଇଁ ସମୀକ୍ଷା ହୋଇଥିଲା। ଏଥିସହ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ ରଥ ବୁଲି ଦେଖିବା ସହ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଅତିରିକ୍ତ ତହସିଲଦାର ଅବିନାଶ ମହାର, ରାଜସୱ ନିରୀକ୍ଷକ ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଆଜି ଅତିରିକ୍ତ ତହସିଲଦାର ଅବିନାଶ ମହାର କେତେକ ସ୍ଥାନରେ ଜବରଦଖଲ ଉଚ୍ଛେଦ କରିଥିଲେ। ନେତ୍ରୋତ୍ସବ ଏବଂ ନବ ଯୌବନ ଉତ୍ସବ ଉପରେ ସେବାୟତଙ୍କ ସହ ଅତିରିକ୍ତ ତହସିଲଦାର ଅବିନାଶ ମହାର ଆଲୋଚନା କରିଥିଲେ। ବହୁବର୍ଷ ହେବ କୁଲାଡ ରଥଯାତ୍ରା ଅବହେଳିତ ଅବସ୍ଥାରେ ପାଳିତ ହୋଇ ଆସୁଥିଲା।
ଚଳିତ ବର୍ଷ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର ଏବଂ ମନ୍ଦିର କମିଟି କର୍ମକର୍ତ୍ତା ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ତେଣୁ ଅନେକ କିଛି ନୂଆଁ ପଦକ୍ଷେପ ନିଆଯାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।