କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

Aug 19, 2026 - 21:49
କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଏହି ପର୍ବ ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ । ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ ଦେଖାଦେଇଛି । ୨୭ ନା ୨୮ ତାରିଖ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । କିଛି ଜଣ ୨୭ ତାରିଖରେ ରାକ୍ଷୀ ବୋଲି ମାନୁଥିବା ବେଳେ ଆଉ କିଛି ଜଣ ୨୮ ତାରିଖରେ ରାକ୍ଷୀ ବୋଲି କହୁଛନ୍ତି।

କିନ୍ତୁ  ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ, ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ । କାରଣ ୨୭ ତାରିଖ ସକାଳ ୯ଟା ୭ ମିନିଟ୍‌ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ। ଏହା ୨୮ ତାରିଖ ସକାଳ ୯ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ରହିବ । ତେଣୁ ଲୋକେ ୨୭ ତାରିଖରେ ଘରେ ରକ୍ଷାବନ୍ଧନ ପାଳନ କରିବା ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ପାଳନ କରିପାରିବେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।