କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ
କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି ଭାବେ କାର୍ଯ୍ୟ କରୁଥିଲେ। ଓଆଇସି ପଦବୀକୁ ପଦୋନ୍ନତି ହେଲା ପରେ କେସିଙ୍ଗା ଅବକାରୀ ଥାନାରେ ଯୋଗଦାନ କରିଛନ୍ତି। ସେ ଯୋଗଦାନ କରିବା ଦିନଠାରୁ ୨ଟି ଗଞ୍ଜେଇ କେସ୍ ସମେତ ୧୪ଟି ମଦ କେସ୍ ଧରିଥିବା ପ୍ରକାଶ କରିଥିଲେ। ସମଗ୍ର କେସିଙ୍ଗା ଅଞ୍ଚଳରେ କୁଚିଆ ମଦ, ଦେଶୀ ମହୁଲି ମଦ ପ୍ରସ୍ତୁତ କରି ବିନା ଲାଇସେନ୍ସରେ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି। ଆଗକୁ କୌଣସି ବ୍ୟବସାୟୀ ଯଦି ମହୁଲି ମଦ ପ୍ରସ୍ତୁତ କରି ଚୋରାରେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାମରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ। ଆଗକୁ ନୂଆଖାଇ ଥିବାରୁ ଚୋରାମଦର ବହୁ ପରିମାଣରେ ବିକ୍ରି କରିବାର ସମ୍ଭାବନା ରହିଛି। ଏ ସଂକ୍ରାନ୍ତରେ କେସିଙ୍ଗା ଅବକାରୀ ଥାନାର ଓଆଇସି ମଳୟ ପ୍ରଧାନଙ୍କୁ ପଚାରିବାରୁ ଏହି ବ୍ଲକର ବିଭିନ୍ନ ଗ୍ରାମରେ ଚୋରାରେ ମହୁଲି ମଦ ବିକ୍ରି କରା ଯାଉଥିବା ବ୍ୟକ୍ତିଙ୍କୁ ଅନୁସନ୍ଧାନ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।