କେସିଙ୍ଗା ଏନ୍ଏସିରେ ସ୍ବଚ୍ଛତା ଅଭିଯାନ
କେସିଙ୍ଗା,୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବଚ୍ଛତା ହିଁ ସେବା ଓ ସଫେଇ ଅଭିଯାନ ୨୦୨୬ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ନୃପରାଜ ଯାଦବ ଓ କାର୍ଯ୍ୟ ନିର୍ବାହୀ ଅଧକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ଏନ୍ଏସିର କର୍ମଚାରୀ ଓ ଯୁବବର୍ଗ, ମହିଳା, ସହରର ଜଗନ୍ନାଥ ମନ୍ଦିରରୁ ଟିଟିଲାଗଡ଼ ଯିବା ମୁଖ୍ୟ ରାସ୍ତାର ସେଲ୍ଫି ପଏଣ୍ଟ ଯାଏ ସଫେଇ ଅଭିଯାନ କରାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।