କୋରାପୁଟ: ୨ ପ୍ରମୁଖ ରେଳପଥରେ ଭୂସ୍ଖଳନ
ସମାଜ ଡେସ୍କ: କୋରାପୁଟ ଅଞ୍ଚଳର ଦୁଇଟି ପ୍ରମୁଖ ରେଳପଥ, କୋରାପୁଟ-ରାୟଗଡ଼ା (କଜ) ଏବଂ କୋରାପୁଟ-କିରଣ୍ଡୁଲ୍ (କକ) ରେଳ ଲାଇନ୍ରେ ବଡ଼ ଭୂ ସ୍କଳନ ହୋଇଛି । କୋରାପୁଟ-ରାୟଗଡ଼ା (କଜ) ରେଳପଥରେ ଲକ୍ଷ୍ମୀପୁର ରୋଡ଼ ଅଞ୍ଚଳରେ ଟ୍ରାକ୍ ଉପରେ ପାଣି ଓ କାଦୁଅ ଜମିଥିବା ସୂଚନା ମିଳିଛି । କୋରାପୁଟ-କିରଣ୍ଡୁଲ୍ (କକ) ରେଳପଥ ଛଟିଡିପୁଟ ଷ୍ଟେସନ୍ ନିକଟସ୍ଥ ୨୨୪ କିଲୋମିଟର୍ ପଏଣ୍ଟରେ ଭୂସ୍ଖଳନ ଘଟିଛି ।
ଏହି ଅଞ୍ଚଳରେ ମାତ୍ର ଗୋଟିଏ ରୁଟ୍ ବନ୍ଦ ଥିବାବେଳେ ଅନ୍ୟ ତିନୋଟି ରୁଟ୍ ସମ୍ପୂର୍ଣ୍ଣ ଖୋଲା ରହିଛି ଏବଂ ସୁରକ୍ଷିତ ଭାବେ କାର୍ୟ୍ୟ ଚାଲି ଥିବା ସୂଚନା ମିଳିଛି । ଖବର ମିଳିବା ମାତ୍ରେ ରେଳବାଇର ବୈଷୟିକ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ କାମ କରି ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇଛି ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।