ଭାରତ ବିପକ୍ଷ ଟି୨୦: ନ୍ୟୁଜିଲାଣ୍ଡ ଦଳରୁ ରବୀନ୍ଦ୍ର ବାଦ୍‌

Sep 24, 2026 - 14:51
ଭାରତ ବିପକ୍ଷ ଟି୨୦: ନ୍ୟୁଜିଲାଣ୍ଡ ଦଳରୁ ରବୀନ୍ଦ୍ର ବାଦ୍‌

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳ ଆସନ୍ତା ଅକ୍ଟୋବର -ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଉକ୍ତ ଗସ୍ତରେ ଭାରତୀୟ ଦଳ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳା ଅକ୍ଟୋବର ୨୨ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଖେଳିବ। ଏଥିପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ବୁଧବାର ୧୬ଜଣିଆ ନ୍ୟୁଜିଲାଣ୍ଡ ଦଳ ମନୋନୟନ କରାଯାଇଛି। ଦଳରେ ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କୁ ସ୍ଥାନ ମିଳିନାହିଁ। ରବୀନ୍ଦ୍ର କାନ୍ଧ ଆଘାତ ପାଇଁ ଦଳରୁ ବାଦ ପଡ଼ିଛନ୍ତି। ରଚିନଙ୍କ ସ୍ଥାନରେ ଅନ୍ୟତମ ଅଲରାଉଣ୍ଡର ବିଭନ ଜ୍ୟାକବଙ୍କୁ ସ୍ଥାନ ମିଳିଛି। ଜ୍ୟାକବ ନିକଟରେ ବାଂଲାଦେଶ ବିପକ୍ଷ ଟି୨୦ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିଲେ। ଆଡାମ ମିନ୍‌ଲେ,ଲୁକି ଫର୍ଗୁସନ, ମ୍ୟାଟ୍‌ ହେନରୀ, କାଏଲ ଜେମିସନ, ଜ୍ୟାକବ ଡୁଫି, ଜ୍ୟାକ୍‌ ଫୋକ୍‌ସ ଏବଂ ନାଥନ ସ୍ମିଥ୍‌ ଏକ ବର୍ଷ ପରେ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଫିନ୍‌ ଆଲେନ ଓ ଟିମ ସୈଫଟ୍‌ ଗତ ଫେବୃଆରୀ-ମାର୍ଚ୍ଚ​‌େ​‌ର ଟି୨୦ ବିଶ୍ବକପ ପରେ ପ୍ରଥମ ଥର ଦଳରେ ସ୍ଥାନ ପାଇଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳା ଖ୍ରୀଷ୍ଟଚର୍ଚ୍ଚରେ ଅକ୍ଟୋବର ୨୨ରେ ପ୍ରଥମ, ୨୪ରେ ଦ୍ବିତୀୟ, ୨୭ରେ ୱିଲିଂଟନରେ ତୃତୀୟ, ୩୦ରେ ଅକ୍‌ଲାଣ୍ଡରେ ଚତୁର୍ଥ ଓ ନଭେମ୍ବର ୧ରେ ହାମିଲଟନ​‌େ​‌ର ପଞ୍ଚମ ମ୍ୟାଚ ଖେଳାଯିବ ।ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର (ଅଧିନାୟକ),ଫିନ୍‌ ଆଲେନ, ମିଚେଲ ବ୍ରାସୱେଲ, ମାର୍କ ଚାମ୍ପମ୍ୟାନ, ଡିଭନ କନୱେ, ଜ୍ୟାକବ ଡୁଫି, ଲୁକି ଫର୍ଗୁସନ, ଜ୍ୟାକ ଫୋକ୍‌ସ, ମ୍ୟାଟ୍‌ ହେନରୀ, ବିଭନ ଜ୍ୟାକବ, କାଏଲ ଜେମିସନ, ଆଡାମ ମିନ୍‌ଲେ, ଡାରେଲ ମିଚେଲ, ଗ୍ଲେନ ଫିଲିପ୍ସ, ଟିମ୍‌ ସୈଫର୍ଟ, ନାଥନ ସ୍ମିଥ୍‌।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।