କୋଲକାତା ଟ୍ରାଜେଡ଼ି, ଓଡ଼ିଶାରେ ଭୟ

Oct 18, 2026 - 19:36
କୋଲକାତା ଟ୍ରାଜେଡ଼ି, ଓଡ଼ିଶାରେ ଭୟ

ଭୁବନେଶ୍ୱର: କୋଲକାତା ଟ୍ରାଜେଡ଼ି, ଓଡ଼ିଶାରେ ଭୟ । କଣ୍ଟ୍ରୋଲ ରୁମରୁ ମନିଟରିଂ, କମିଟି କର୍ତ୍ତୃପକ୍ଷଙ୍କୁ ତାଗିଦ । ଗାଇଡଲାଇନ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ । କୋଲକତା ଚୋର୍ ବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଅଘଟଣ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ ଓ ୪୦ ରୁ ଉର୍ଦ୍ଧ୍ବ ଗୁରୁତର ହେବା ପରେ ଓଡ଼ିଶାରେ ବି ବଢିଛି ଚିନ୍ତା । ଏନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ପୋଲିସ ଡିଜି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଅଗ୍ନିଶମ, ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା ରହିଛି । ଟ୍ରାଫିକ ସମସ୍ୟା ସମ୍ପର୍କରେ ମନିଟରିଂ ଚାଲିଛି । କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧୀନରେ ୭ ଟି ଜିଲ୍ଲା ରହିଥିବା ବେଳେ ପୂଜା ପାଇଁ ସବୁଠି ସଜାଗ ରହିଛି ପୋଲିସ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ବେଶ ଚ୍ୟାଲେଞ୍ଜ ଥିଲେ ମଧ୍ୟ ପୋଲିସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଇଛି । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ମଣ୍ଡପ ଓ ମଣ୍ଡପ ଚତୁପାର୍ଶ୍ଵ ଅଞ୍ଚଳ ସିସିଟିଭି ସର୍ଭେଲାନ୍ସରେ ରହିଛି ।

କୋଲକତା ଟ୍ରାଜେଡି ପରେ ବିଭିନ୍ନ ମଣ୍ଡପର ସୁରକ୍ଷା ବ୍ୟବସ୍ଥାକୁ ବରିଷ୍ଠ ପୋଲିସ ଅଧିକାରୀମାନେ ମନିଟର କରୁଥିବା ବେଳେ ଆକ୍ସନ ମୋଡ଼କୁ ଆସିଛନ୍ତି ପୋଲିସ କମିଶନର ।  ପୋଲିସର ଦାୟିତ୍ୱ ସହ ପୂଜା କମିଟିର ସହଭାଗିତା କଥାକୁ କହିଛନ୍ତି କମିଶନର । ପୂର୍ବରୁ ପୂଜା ପ୍ରସ୍ତୁତି ମିଟିଂ ବେଳେ କମିଟିମାନଙ୍କୁ ଭଲ୍ୟୁଣ୍ଟର ରଖିବା, ସିସିଟିଭି ଲଗାଇବା, ଅଗ୍ନିଶମ ବ୍ୟବସ୍ଥା, ଟ୍ରାଫିକ, ମହିଳା ସୁରକ୍ଷା ଆଦିକୁ ନେଇ ଅବଗତ କରାଯାଇଥିବା ସେ କହିଛନ୍ତି । ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡ଼ି ସମୟରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି । ଏସବୁଥିରେ କୌଣସି ଅସୁବିଧା ପରିଲକ୍ଷିତ ହେଲେ କମିଟି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

ପୂଜା ସମୟରେ ଲୋକେ ବାହାରକୁ ବୁଲି ଯାଉଥିବାରୁ ଆନ୍ତରାଜ୍ୟ ଲୁଟେରା ହଲ୍ଲାବୋଲ ଡାକରା ଦେବାର ସମ୍ଭାବନା ରହିଛି । ଏସବୁକୁ ମାତ୍ ଦେବା ପାଇଁ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ଡିଜିପି ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।