ଟ୍ରେନ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

Oct 17, 2026 - 18:55
ଟ୍ରେନ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ : ସୁରଟରୁ ବ୍ରହ୍ମପୁର ଫେରୁଥିବା ବେଳେ ଟ୍ରେନ୍‌ରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ।  ଗୋବିନ୍ଦ ପ୍ରାୟ ୧୦ ବର୍ଷ ଧରି ସୁରଟର ଏକ ସୂତାକଳରେ କାମ କରୁଥିଲେ । କିଛିଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ସେ କାମ କରୁଥିଲେ । ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ସେ ସେଠାରେ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଗାଁକୁ ଫେରୁଥିଲେ । ଗତକାଲି ରାତିରେ ସୁରଟରୁ  ବ୍ରହ୍ମପୁର ଅଭିମୁଖେ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଆଜି ଭୋର ପ୍ରାୟ ୩ଟା ସମୟରେ କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । କଣ୍ଟାବାଞ୍ଜି ଷ୍ଟେସନରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଖବର ପାଇ କଣ୍ଟାବାଞ୍ଜି ଜିଆରପି ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଛି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।