କ୍ରିକେଟ୍‌ କୋଚଙ୍କୁ ହତ୍ୟା: ଖେଳାଳିଙ୍କ ସହ ଯୋଇଥିଲା ଯୁକ୍ତିତର୍କ, ଆଉ ତା’ପରେ ଘଟିଲା…

Aug 14, 2026 - 08:13
କ୍ରିକେଟ୍‌ କୋଚଙ୍କୁ ହତ୍ୟା: ଖେଳାଳିଙ୍କ ସହ ଯୋଇଥିଲା ଯୁକ୍ତିତର୍କ, ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୪।୮: ଶ୍ରୀଲଙ୍କାରେ ଜଣେ କ୍ରିକେଟ କୋଚଙ୍କୁ ହତ୍ୟା କରାଯାଇଛି। କଲମ୍ବୋ କ୍ରିକେଟ କ୍ଲବର ପ୍ରଶିକ୍ଷକ ସୁମିଥ ଫର୍ଣ୍ଣାଣ୍ଡୋ ତାଙ୍କ ନିଜ ଖେଳାଳିଙ୍କ ସହ ଝଗଡ଼ା କରିଥିଲେ ଏବଂ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ୬୨ ବର୍ଷୀୟ ପ୍ରଶିକ୍ଷକ ଶ୍ରୀଲଙ୍କାର ଦିନିକିଆ ଅଧିନାୟକ କୁସାଲ ମେଣ୍ଡିସ ସମେତ ଅନେକ ଖେଳାଳିଙ୍କୁ ତାଲିମ ଦେଇଥିଲେ। ମୋରାତୁୱାର ପ୍ରିନ୍ସ ଅଫ ୱେଲ୍ସ କଲେଜର ପୂର୍ବତନ କୋଚ ଫର୍ଣ୍ଣାଣ୍ଡୋ ଅଗଷ୍ଟ ୮ରେ ବ୍ଲୁମଫିଲ୍ଡ କ୍ରିକେଟ ଏବଂ ଆଥଲେଟିକ କ୍ଲବରେ ଥିଲେ। ପାଣି ପାଇଁ ଖେଳାଳିମାନଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ଖେଳାଳିମାନେ ତାଙ୍କ ପ୍ରତି ଅସଭ୍ୟ ବ୍ୟବହାର କରିଥିବା ଏବଂ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେ ପ୍ରାଣ ହରାଇଥିଲେ।
ଏହି ଘଟଣା ସହିତ ଜଡିତ ଜଣେ ୧୭ ବର୍ଷୀୟ କ୍ରିକେଟରଙ୍କୁ ପୋଲିସ ଗିରଫ କରିଥିଲା। ଅଗଷ୍ଟ ୧୧ରେ କଲମ୍ବୋ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ପ୍ରୋବେସନ ଏବଂ ଶିଶୁ ଯତ୍ନ ସେବା ବିଭାଗର ତତ୍ତ୍ୱାବଧାନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ପୋଲିସ ତଦନ୍ତ ଅନୁଯାୟୀ, ବ୍ଲୁମଫିଲ୍ଡ କ୍ଲବରେ ତାଲିମ ନେଉଥିବା କ୍ରିକେଟରଙ୍କ ଏକ ଗ୍ରୁପ୍‌ ପାଣି ପିଇବାକୁ ଯାଇଥିଲେ, କିନ୍ତୁ ଟ୍ୟାପ ଶୁଖିଯାଇଥିଲା। ଖେଳାଳି ଏବଂ କ୍ଲବର ପ୍ରଶିକ୍ଷକ ସୁମିଥ ଫର୍ଣ୍ଣାଣ୍ଡୋଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୋଲିସ କହିଛି ଯେ, ଝଗଡ଼ା ସମୟରେ ଫର୍ଣ୍ଣାଣ୍ଡୋ ଜଣେ ଖେଳାଳିଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ୧୭ ବର୍ଷୀୟ ଯୁବକ ତାଙ୍କୁ ମାଡ଼ ମାରିଥିଲେ। ପରେ ପ୍ରଶିକ୍ଷକଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।

ଉଲ୍ଲେଖନୀୟ ଯେ, ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ ଏହି ଖବର ଆସିଛି। ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରେ ଗାଲେରେ ଆରମ୍ଭ ହେବାକୁ ଯାଉଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।