ଖଣ୍ଡଗିରି ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା,ବାପା ମୃତ-ପୁଅ ଗୁରୁତର

Aug 10, 2026 - 11:20
ଖଣ୍ଡଗିରି ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା,ବାପା ମୃତ-ପୁଅ ଗୁରୁତର

ଭୁବନେଶ୍ୱର : ସୋମବାର ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଖଣ୍ଡଗିରି ଓଭରବ୍ରିଜ୍ ଉପରେ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ବାଇକ ଆରୋହୀ ବାପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଏନଏଚ ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ। ଖବର ପାଇଁ ଖଣ୍ଡଗିରି ପୋଲିସ ପହଞ୍ଚି ଘଟଣାର ସମାଧାନ କରିଥିଲା  । ମୃତ ବାଇକ୍ ଆରୋହୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତାଙ୍କ ପରିଚୟ ଜାଣିବା ସହ ପରିବାରଲୋକଙ୍କୁ ଖୋଜିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ସୂଚନା ଅନୁସାରେ, ବାପା ଓ ପୁଅ ଯାଉଥିବା ବେଳେ ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ହଠାତ୍‌ ଏକ ବସ୍‌ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର୍‌ଦାର ଥିଲା ଯେ, ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଗୁରୁତର ଆହତ ହୋଇଥିବା ପୁଅଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା  । ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ ବସ୍‌ ଧକ୍କା ଦେଇଥିଲା ଏବଂ ବସ୍‌ର ଚାଳକ କିଏ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ । ପୋଲିସ୍‌ ଘଟଣାର ସମସ୍ତ ଦିଗରୁ ତଦନ୍ତ କରୁଥିବା ବେଳେ ବସ୍‌ ଓ ଚାଳକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।