ଦିଲ୍ଲୀ ଘଟଣାରେ ଭୂମିଙ୍କର କ୍ଷୋଭ

Sep 03, 2026 - 15:17
ଦିଲ୍ଲୀ ଘଟଣାରେ ଭୂମିଙ୍କର କ୍ଷୋଭ

 

ଦିଲ୍ଲୀ - ଏନ୍ସିଆର୍ରେ ଏକ ଚଳନ୍ତା ସ୍ଲିପର୍ ବସ୍ ଭିତରେ ୧୬ ବର୍ଷୀୟା ନାବାଳିକାଙ୍କ ସହ ଘଟିଥିବା ସାମୂହିକ ଦୁଷ୍କର୍ମ ଘଟଣାକୁ ନେଇ ଅଭିନେତ୍ରୀ ଭୂମି ପେଡ୍ନେକର୍ କଡ଼ା ଅସନ୍ତୋଷ ପ୍ରକାଶ କରିବା ସହ ଦେଶରେ ମହିଳା ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । ଉତ୍ତର ପ୍ରଦେଶ ମୈନପୁରୀର ଏହି ଏକାଦଶ ଶ୍ରେଣୀ ଛାତ୍ରୀ ନୋଏଡା ଯିବା ସମୟରେ  ଏକ ଘରୋଇ ସ୍ଲିପର୍ ବସ୍ର କଣ୍ଡକ୍ଟର ଓ ଡ୍ରାଇଭର୍ ନାବାଳିକାଙ୍କ ସହ ଏହି ବର୍ବରକାଣ୍ଡ ଘଟାଇଥିଲେ । ଯାହାକୁ ନେଇ ଭୂମି ନିଜ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ଏପରି ଘଟଣାର ପୁନରାବୃତ୍ତିକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି । ଗତ ଅଗଷ୍ଟ ୪ ତାରିଖର ଏହି ଘଟଣାରେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବସ୍କୁ ଜବତ କରିଛନ୍ତି । ତେବେ ମହିଳା ସୁରକ୍ଷା ଓ ସାମାଜିକ ମୁଦ୍ଦାକୁ ନେଇ ଭୂମି ପୂର୍ବରୁ ମଧ୍ୟ ନିଜର ମନ୍ତବ୍ୟ ଦେଇଆସିଛନ୍ତି । ପୂର୍ବରୁ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରତିବାଦ ସମୟରେ ଜଣେ ନାବାଳିକା ଛାତ୍ରୀଙ୍କୁ ମିଳିଥିବା ଦୁଷ୍କର୍ମ ଓ ହତ୍ୟା ଧମକ ବିରୋଧରେ ସେ ସ୍ୱର ଉତ୍ତୋଳନ କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।