ଗଞ୍ଜେଇ ଚୋରା ଚାଲାଣ ମାମଲା: ଅହମ୍ମଦାବାଦରୁ ଆସି ଗାଁରେ ଲୁଚିଥିଲେ ଅଭିଯୁକ୍ତ, ପୋଲିସ ପହଞ୍ଚି…
ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ଜଗନ୍ନାଥପୁର ଗ୍ରାମର କବିରାଜ ସ୍ବାଇଁଙ୍କ ପୁଅ ଜିତୁ ଓରଫ ଜିତେନ୍ଦ୍ର କୁମାର (୪୦)ଙ୍କୁ ଗୁଜରାଟର ଅହମ୍ମଦାବାଦସ୍ଥିତ କ୍ରାଇମବ୍ରାଞ୍ଚ ପୋଲିସ ପାଟପୁର ପୋଲିସ ସହାୟତାରେ ଗିରଫ କରିଛି। ଅହମ୍ମଦାବାଦସ୍ଥିତ ଡିସିବି ଥାନା ମାମଲା ନଂ.୧୧୧୯୧୦୧୧୨୬୦୨୧୮/୨୦୨୬ ଅନୁଯାୟୀ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ସ୍ଥାନୀୟ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯିବା ପରେ ମାଜିଷ୍ଟ୍ରେଟଙ୍କ ଆଦେଶ କ୍ରମେ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଥିବା ଜଣାପଡିଛି। ଅଭିଯୁକ୍ତ ଜିତୁ ଅହମ୍ମଦାବାଦରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ନେଇ ସେଠାକାର ପୋଲିସକୁ ଖବର ମିଳିଥିଲା। ପୋଲିସ ଖୋଜିବାରୁ ଜିତୁ କୌଶଳକ୍ରମେ ଗାଁକୁ ଚାଲି ଆସିଥିଲେ। ଅହମ୍ମଦାବାଦସ୍ଥିତ ଜିଲା କ୍ରାଇମ ବ୍ରାଞ୍ଚ ଥାନା ଏସ୍.ଆଇ ଏ.ଏ. ଭାସ, ଏଏସ୍ଆଇ ଅନିଲ ଅଚିତ୍ପଟେଲ, ହେଡ କନଷ୍ଟେବଳ କୀର୍ତ୍ତି ସିଂହ, ଗମ୍ଭୀର ସିଂହ ପ୍ରମୁଖ ପାଟପୁର ଥାନାରେ ପହଞ୍ଚି ସବିଶେଷ ତଥ୍ୟ ଦେବାପରେ ଥାନା ଏସ୍.ଆଇ ତ୍ରିନାଥ ଭୋଇଙ୍କ ନେତୃତ୍ୱରେ ପି.ଜଗନ୍ନାଥପୁର ଗାଁରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।