ଗଣେଷ ପଣ୍ଡାଲ ପାଇଁ ୭୦୩ କୋଟିର ବୀମା

Sep 07, 2026 - 16:06
ଗଣେଷ ପଣ୍ଡାଲ ପାଇଁ ୭୦୩ କୋଟିର ବୀମା

 

ଗଣେଶ ପୂଜା ଅବସରରେ ମୁମ୍ବାଇ ମାଟୁଙ୍ଗାସ୍ଥିତ ଜଣାଶୁଣା ଜି.ଏସ୍.ବି. ସେବା ମଣ୍ଡଳ ପକ୍ଷରୁ ନିଜର ଗଣପତି ପଣ୍ଡାଲ ପାଇଁ ୭୦୩ କୋଟି ଟଙ୍କାର ଏକ ବୀମା କରାଯାଇଛି । ପଣ୍ଡାଲରେ ବିରାଜମାନ ମହାଗଣପତିଙ୍କ ମୂର୍ତ୍ତିକୁ ୬୬ କିଲୋଗ୍ରାମରୁ ଅଧିକ ସୁନା ଏବଂ ୩୩୫ କିଲୋଗ୍ରାମରୁ ଅଧିକ ରୂପାର ଅଳଙ୍କାରରେ ସଜ୍ଜିତ କରାଯିବ । ବଜାରରେ ସୁନା-ରୂପାର ବୃଦ୍ଧିପ୍ରାପ୍ତ ମୂଲ୍ୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବୀମାର ପରିମାଣ ବୃଦ୍ଧି କରାଯାଇଛି,  ଯାହା ଗତବର୍ଷ ଏହା ପ୍ରାୟ ୪୭୪ କୋଟି ଟଙ୍କା ଥିଲା । ନିଜର ୭୨ତମ ଗଣେଶୋତ୍ସବ ପାଳନ କରୁଥିବା ଏହି ମଣ୍ଡଳରେ ସେପ୍ଟେମ୍ବର ୧୨ ତାରିଖ ରାତି ୮ଟାରେ ପ୍ରଭୁଙ୍କ ବିରାଟ ଦର୍ଶନହେବା ସହ ସେପ୍ଟେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବ ଦିନଗୁଡ଼ିକରେ ପ୍ରତିଦିନ ପ୍ରାୟ ୪୦ ହଜାର ଶ୍ରଦ୍ଧାଳୁଙ୍କୁ ଅନ୍ନଦାନ ସେବା ମାଧ୍ୟମରେ ପ୍ରସାଦ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ମୋଟ ୨ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପ୍ରସାଦ ପହଞ୍ଚିପାରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।