ଗହ୍ମା ପୂର୍ଣ୍ଣମା

Aug 28, 2026 - 16:14
ଗହ୍ମା ପୂର୍ଣ୍ଣମା

 

ଭାଇଭଉଣୀଙ୍କ ପବିତ୍ର ସମ୍ପର୍କର ସାକ୍ଷୀ ହେଲା ରାଖୀ । ଗାଁ ଠାରୁ ସହର ଦେଶ ଠାରୁ ବିଦେଶ ସବୁଠାରେ ଭାରତୀୟମାନେ ପାଳନ କରିଥାଆନ୍ତି ଏହି ସ୍ନେହ ସମ୍ପର୍କର ପର୍ବକୁ । ତେବେ ଓଡିଶାରେ ରାଖୀ ପୂର୍ଣ୍ଣିମା ଦିନ ପଡିଥାଏ ଓଡିଶାର ଆରାଧ୍ୟ ଦେବତା ଶ୍ରୀବଳଭଦ୍ରଙ୍କର ଜନ୍ମ ଦିନ। ଓଡିଶା ବାସୀ ଏହାକୁ ରାକ୍ଷୀ ପୂର୍ଣ୍ଣିମା ସହିତ ଗହ୍ମା ପୂର୍ଣ୍ଣିମା ଭାବେ ମଧ୍ୟ ପାଳିଥାଆନ୍ତି । ଶ୍ରାବଣମାସ ପୂର୍ଣ୍ଣିମାରେ ପଡିଥାଏ ଗହ୍ମା ପୂର୍ଣ୍ଣିମା, ଯେଉଁଦିନ ଘରେଘରେ ବଳଭଦ୍ରଙ୍କର ପ୍ରତିକ ହଳ ଲଙ୍ଗଳ ସହ ଗୋମାତାଙ୍କୁ ପୂଜା କରାଯାଇଥାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ସହ ସେମାନଙ୍କୁ ପୂଜା କରାଯାଇଥାଏ । ଏହାପରେ ସେମାନଙ୍କୁ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ଏହାସହ ଏହି ଦିନ ଭାଇର ଶୁଭ ମନାସି ଭଉଣୀ ଭାଇ ହାତରେ ରଖୀ ବାନ୍ଧିଥାଏ । ଭାଇ ମଧ୍ୟ ଜୀବନ ସାରା ଭଉଣୀର ସମସ୍ତ ପ୍ରକାରର ସୁରକ୍ଷା କରିବାନେଇ ବଚନ ଦେଇଥାଏ । ଶ୍ରୀମନ୍ଦିରଠାରୁ ଆରମ୍ଭ କରି ପୂରପଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ଖୁବ୍ଧୁମ୍ଧାମରେ ପାଳନ ହୋଇଥାଏ ରାଖୀ । ପୂରାଣରେ ମଧ୍ୟ ରାଖୀକୁ ନେଇ ରହିଛି ସ୍ୱତନ୍ତ୍ର ବର୍ଣ୍ଣନା । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ । ଯାହାକୁ ରାଖୀସହିତ ତୂଳନା କରାଯାଇଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।