ଗାଧୋଇବାବେଳେ ନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଗଲା
ଡେରାବିଶ,୨୧ା୧୦(ବେବର୍ତ୍ତା ଅଜୟ ଦାସ): ଲୁଣାନଦୀରେ ଗାଧୋଇବାବେଳେ ୩ ଜଣ ଛାତ୍ର ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ଏପରି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଜାନପୁର ପଞ୍ଚାୟତ ଗହଣା ଗ୍ରାମରେ ଘଟିଛି। ମଙ୍ଗଳବାର ମଧ୍ୟାହ୍ନରେ ଗ୍ରାମର ସାଙ୍ଗମାନଙ୍କ ସହ ଲୁଣା ନଦୀର ଗହଣା ଘାଟକୁ ଯାଇ ଗାଧୋଉଥିବାବେଳେ ଗଭୀର ଜଳରେ ୩ ଜଣ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରିବା ପରେ ବୁଡ଼ିଯାଇଥିବା ସ୍ଥାନଠାରୁ କିଛି ଦୂରରେ ସବ୍ୟସାଚୀ ସ୍ବାଇଁ(୧୭), ଗହଣା ଘାଟଠାରୁ ୨ କିମି ଦୂରରେ ରଶ୍ମିରଞ୍ଜନ ପରିଡ଼ା(୧୭), ନରହରିପୁରଠାର ସ୍ଥାନୀୟ ଲୋକଙ୍କ ଦ୍ୱାରା ପକାଯାଇଥିବା ଜାଲରେ ଗୁଡ଼ାଇ ହୋଇଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ସଦର ଥାନା ପୋଲିସ ୩ ଜଣଙ୍କ ମୃତଦେହ ଜବତ କରି ଜିଲା ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବୁଧବାର ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।