ଗେଙ୍ଗୁଟି ନଦୀରେ ଭାସି ଯିବାବେଳେ ସ୍ତ୍ରୀ ଉଦ୍ଧାର ସ୍ୱାମୀ ନିଖୋଜ

Sep 14, 2026 - 11:59
ଗେଙ୍ଗୁଟି ନଦୀରେ ଭାସି ଯିବାବେଳେ ସ୍ତ୍ରୀ ଉଦ୍ଧାର ସ୍ୱାମୀ ନିଖୋଜ

ଯାଜପୁର : ଗେଙ୍ଗୁଟି ନଦୀରେ ଅଘଟଣ । ଗଣେଶ ପୂଜା ଭଳି ପବିତ୍ର ଦିନରେ ଆଜି ସକାଳେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ସ୍ୱାମୀ-ସ୍ତ୍ରୀ ନିଖୋଜ ହୋଇଯାଇଥିଲେ । ନିଖୋଜ ଦମ୍ପତି ହେଲେ ବାଲିକୁଦା ଗ୍ରାମର ସୁଧାକର ଓଝା ଓ ସୁଲୋଚନା ଓଝା । ତେବେ ପାରିବାରିକ କଳହରୁ ସୋମବାର ସକାଳେ ଉଭୟ ସ୍ବାମୀ ସ୍ତ୍ରୀ ବାଲିକୁଦା ସେତୁ ଉପରକୁ ଆସି ନଦୀକୁ ଡେଇଁ ପଡିଥିବା କୁହାଯାଉଛି । ଖବର ପାଇ ବରି ଅଗ୍ନିଶମ ବାହିନୀକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସ୍ତ୍ରୀ ତିଳୋତ୍ତମାଙ୍କୁ ବରି ମହାକାଳପଡ଼ା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ବେଳେ ସ୍ବାମୀ ଏବେବି ନିଖୋଜ ରହିଛି । 

ସୂଚନାନୁସାରେ, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ଓ ତାଙ୍କ ପତ୍ନୀ ତିଳୋତ୍ତମା ଓଝା ଆଜି ଭୋରୁ ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ପରେ ମଧ୍ୟ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ନଦୀକୂଳରେ ବାଲ୍ଟି, ଲୁଗାପଟା ଓ ଚପଲ ପଡ଼ିଥିବାରୁ ଦମ୍ପତି ନଦୀରେ ବୁଡ଼ିଯାଇଥିବା ନେଇ ସନ୍ଦେହ କରି ବରି ଅଗ୍ନିଶମ ବାହିନୀ ଏବଂ ବାଲିଚନ୍ଦ୍ରପୁର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବହୁ ଖୋଜ ଖୋଜି ପରେ ସ୍ତ୍ରୀ ତିଳୋତ୍ତମାଙ୍କୁ ବରି ମହାକାଳ ପଡ଼ା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସ୍ୱାମୀଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଅଗ୍ନିଶମ ବିଭାଗ କର୍ମଚାରୀ ଓ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି ରଖିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।