ଗେଟ୍‌କୁ ବି ଛାଡିଲେନି, ଅର୍ଦ୍ଧନିର୍ମିିତ କଲ୍ୟାଣ ମଣ୍ଡପର ସାମ୍ନା ଗେଟ୍‌କୁ ଚୋରି କରିନେଲେ, ଧରାପଡିବା ପରେ…

Jun 26, 2026 - 09:37
ଗେଟ୍‌କୁ ବି ଛାଡିଲେନି, ଅର୍ଦ୍ଧନିର୍ମିିତ କଲ୍ୟାଣ ମଣ୍ଡପର ସାମ୍ନା ଗେଟ୍‌କୁ ଚୋରି କରିନେଲେ, ଧରାପଡିବା ପରେ…

ଛତ୍ରପୁର, ୨୬।୬(ଦିଲ୍ଲୀପ ସାମଲ): ଏକ ଚୋରି ମାମଲାରେ ସାମଗ୍ରୀ ଜବତ ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଛତ୍ରପୁର ଥାନା ପୋଲିସ । ପୋଲିସ କହିବା ଅନୁସାରେ ୨୧ ଜୁନ ଦିନ କରାତଳି ଗ୍ରାମର ସୂର୍ଯ୍ୟ ପ୍ରଧାନଙ୍କ ଅଭିଯୋଗ ଆଧାରରେ ଛତ୍ରପୁର ଥାନାରେ କେସ୍‌ ନମ୍ବର ୨୫୪/୨୦୨୬ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ମୁତାବକ ଗତ ୧୭/୧୮ ମଧ୍ୟ ରାତ୍ରରେ କିଛି ଦୁର୍ବୃତ୍ତ କରାପଲି ଗ୍ରାମରେ ଅର୍ଦ୍ଧନିର୍ମିିତ କଲ୍ୟାଣ ମଣ୍ଡପର ସାମ୍ନା ଗେଟ୍‌କୁ ଚୋରି କରିନେଇଛନ୍ତି। ଚୋରି ହୋଇଥିବା ଗେଟ୍‌ର ଓଜନ ପ୍ରାୟ ୩୦୦ କେଜି। ଘଟଣାର ତଦନ୍ତ ସମୟରେ ବିଭିନ୍ନ ସିସିଟିଭି ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଲା ଯେ ଘଟଣାରେ ଏକ ମହିନ୍ଦ୍ରା ପିକଅପ ବ୍ୟବହାର ହୋଇଛି। ପରେ ଏହି ଘଟଣାରେ ସମ୍ପୃକ୍ତି ଥିବା ନେଇ କରାତଳି ଗ୍ରାମର ସମୀର ନାହାକ ଓ ପାଣ୍ଡା ଓରଫ ଶିବ ଶଙ୍କର ନାହାକଙ୍କୁ ଗିରଫ କରି ପଚାରିବା ପରେ ସମୀର ନାହାକ ଠାରୁ ଚୋରି ହୋଇଥିବା ଜି.ଆଇ ଗେଟ୍‌କୁ ଜବତ କରାଗଲା। ଚୋରିରେ ବ୍ୟବହୃତ ମହିନ୍ଦ୍ରା ପିକଅପକୁ ଜବତ କରାଯାଇଛି। ପରେ ଅଭିଯୁକ୍ତମାନଙ୍କୁ ମାନ୍ୟବର ଏସଡିଜେଏମ କୋର୍ଟରେ ହାଜର କରାଗଲା।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।