ଗେଷ୍ଟ ହାଉସରେ ଗଣଦୁଷ୍କର୍ମ! ୪ ଗିରଫ
ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ନିମାପଡା ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳ ହୋଇଥିବା ସୂଚନା । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଦୁଇ ମାସ ପୂର୍ବରୁ ସେ ଭୁବନେଶ୍ୱର ଡେ଼ଲ୍ଟା ସ୍କୋୟାର ସ୍ଥିତ ଏକ ଗେଷ୍ଟ ହାଉସ କାର୍ଯ୍ୟ କରୁଥିଲେ । ପରେ ନିମାପଡା ଗେଷ୍ଟ ହାଉସରେ ଯୋଗ ଦେଇଥିଲେ । ଗତ ୮ ତାରିଖରେ ଗେଷ୍ଟ ହାଉସରେ କାର୍ଯ୍ୟ କରୁଥିବା ରାଜ ଓରଫ ରାଜେନ୍ଦ୍ର ସ୍ୱାଇଁ, ସୁଶାନ୍ତ, ଅକ୍ଷୟ ନାହାକ, ରମେଶ ଚନ୍ଦ୍ର ଦାସ ନାମକ ୪ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ସେ ପ୍ରଥମେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଖଣ୍ଡଗିରି ଥାନା ଅଭିଯୋଗକୁ ନିମାପଡା ଥାନାକୁ ହସ୍ତାନ୍ତର କରିଥିଲା । ନିମାପଡା ଥାନା ଏକ ମାମଲା ରୁଜୁ କରିବା ସହିତ ୨ ଜଣଙ୍କୁ ପିପିଲି ଅଞ୍ଚଳରୁ ଏବଂ ଦୁଇ ଜଣଙ୍କୁ ନିମାପଡା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଅଭିଯୋଗକାରୀଙ୍କ ପରିବାର ଲୋକ ଏବଂ ଅଭିଯୁକ୍ତଙ୍କ ପରିବାରକୁ ଏକାଠି କାରି ନିମାପଡା ପୋଲିସ ଏବଂ ପିପିଲି ଅଞ୍ଚଳର କିଛି ବିଜେପି ନେତା ମାମଲାକୁ ରଫା ଦଫା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଘଟଣାଟି ଜଣାପଡିବା ପରେ ସ୍ଥାନୀୟ ବିଜେଡି କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଗେଷ୍ଟ ହାଉସ ଘେରିବା ସହିତ ନିମାପଡା ପୋଲିସ ବିରୋଧରେ ନାରାବାଜି କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।