ଯାତ୍ରା ପୂର୍ବରୁ ସରିଲାନି ମା’ ଭଟ୍ଟାରିକାଙ୍କ ମୁଖଶାଳା; ନିର୍ମାଣ କାମର ମନ୍ଥର ଗତିକୁ ନେଇ ଅସନ୍ତୋଷ

Sep 27, 2026 - 13:11
ଯାତ୍ରା ପୂର୍ବରୁ ସରିଲାନି ମା’ ଭଟ୍ଟାରିକାଙ୍କ ମୁଖଶାଳା; ନିର୍ମାଣ କାମର ମନ୍ଥର ଗତିକୁ ନେଇ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ :  କଟକ ଜିଲ୍ଲା ବଡ଼ମ୍ବା ଗଡ଼ଯାତ୍ରାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରାକୁ ନେଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଆଉଧ ଯାତ୍ରାଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ମା’ଙ୍କ ଉଭା ଯାତ୍ରାରେ ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠେ ସମଗ୍ର ଅଞ୍ଚଳ। କିନ୍ତୁ ଏତେ ବଡ଼ ଧାର୍ମିକ ଆୟୋଜନର ମୁଖ୍ୟ କେନ୍ଦ୍ର ମା’ ଭଟ୍ଟାରିକାଙ୍କ ସିଂହଦ୍ୱାର ନିର୍ମାଣ କାମ ଏପର୍ଯ୍ୟନ୍ତ ସରିଲାନି। ଯାହାକୁ ନେଇ ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାତ୍ରା ପୂର୍ବରୁ ମା’ଙ୍କ ମୁଖଶାଳା ନିର୍ମାଣ କାମ ସମ୍ପୂର୍ଣ୍ଣ ହେବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। କାମର ଏଭଳି ମନ୍ଥର ଗତିକୁ ନେଇ ଦାୟିତ୍ୱ କାହାର ? ସରକାରୀ ଯୋଜନା ଓ ଅନୁଦାନ ଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ କାହିଁକି ଏତେ ଧୀର ଗତିରେ ଚାଲିଛି ? ଠିକାଦାରଙ୍କ କାର୍ଯ୍ୟର କିଏ କରୁଛନ୍ତି ତଦାରଖ ? ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିଥିବା ବେଳେ, ସରକାର ତୁରନ୍ତ ହସ୍ତକ୍ଷେପ କରି ମା’ ଭଟ୍ଟାରିକାଙ୍କ ମୁଖଶାଳା ନିର୍ମାଣ କାମର ସ୍ଥିତି ସ୍ପଷ୍ଟ କରିବାକୁ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।