ଗୋଛାବାଡ଼ି ଆଶ୍ରମରେ ନନ୍ଦୋତ୍ସବ: ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେଇ ଶ୍ରଦ୍ଧାଳୁଙ୍କୁ…

Sep 05, 2026 - 17:20
ଗୋଛାବାଡ଼ି ଆଶ୍ରମରେ ନନ୍ଦୋତ୍ସବ: ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେଇ ଶ୍ରଦ୍ଧାଳୁଙ୍କୁ…

ଜଗନ୍ନାଥପ୍ରସାଦ,୫ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗୋଛାବାଡ଼ି ଗ୍ରାମସ୍ଥିତ ଶ୍ରୀ ଗୌରାଙ୍ଗ ରାଧାକୃଷ୍ଣ ଆଶ୍ରମ ପରିସରରେ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ବେଶ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।  କୃଷ୍ଣଜନ୍ମ ଉତ୍ସବ ଏବଂ  ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟାକ୍ଷ ନୀଳାଞ୍ଚଳ ଖିଲାର ଯୋଗ ଦେଇଥିଲେ। ଶିକ୍ଷକ ଅଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏଥିସହ ଗୋସ୍ବାମୀ ମହାରାଜ ଶ୍ରୀ ଭକ୍ତି ବିଚାର ବିଷ୍ଣୁ ଗୋସ୍ବାମୀ ମହାରାଜ, ମନ୍ଦିର ମୁଖ୍ୟ ତଥା ବ୍ରହ୍ମଚାରୀ କଳାକୃଷ୍ଣ ଦାସ ଏବଂ ଅନ୍ୟ ୪ ଜଣ ବ୍ରହ୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ଏହି ଅବସରରେ ୫ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଉତ୍ସବକୁ ସଫଳ କରିବାରେ ପରିଚାଳନା ମୁଖ୍ୟ ମଧୁସୂଦନ ନାୟକ, ରାଜୀବ ଲୋଚନ ନାୟକ, ଲମ୍ବୋଦର ନାୟକ, କୁନାଲ ନାୟକ, ପାଣୁ ପଳେଇ, ଶୁଭ୍ରମଣୀ ମିଶ୍ର, କେଶବ ଚନ୍ଦ୍ର ଗୌଡ଼, ଭାସ୍କର ଗୌଡ଼, ପର୍ଶୁରାମ ଗୌଡ଼, ରମେଶ ପ୍ରଧାନ, ସରୋଜ ପ୍ରଧାନ ଓ ବିପ୍ର ଚରଣ ନାୟକ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏଥିସହିତ ଶିବ ରାମ ନାୟକ, ଦୋଳିଆ ପ୍ରଧାନ, ବାସନ୍ତୀ ପ୍ରଧାନ ଏବଂ ସଞ୍ଜୁ ଜେନା ଏହି ମହତ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ। ଆଶ୍ରମର ଏହି ଭବ୍ୟ ଆୟୋଜନ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।