ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

Sep 05, 2026 - 18:03
ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧୦ଟି ଚୋରା ମୋବାଇଲ ଫୋନ୍‌, ୨ଟି ଦାମୀ ବ୍ୟାଗ ଜବତ କରିଛି।

ଚୋରି ମୋବାଇଲ ଫୋନ ବିକ୍ରି ଉଦ୍ୟମ ବେଳେ ନୟାପଲ୍ଲୀ ପୋଲିସ ଜୟଦେବ ବିହାର ଅଞ୍ଚଳରେ ଚଢାଉ କରି ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।

ଅନ୍ୟପକ୍ଷେ ବଞ୍ଜାରା ଗ୍ୟାଙ୍ଗର ମହିଳାମାନେ ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ’ରେ ଯାଉଥିବା ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ଏପରିକି ଆମ ବସ୍‌ରୁ ହୋଇଥିବା ଏକ ଲୁଟ୍‌ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ପୋଲିସ ୫ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।