ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

Sep 07, 2026 - 19:53
ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ ଅଟୋ ପରେ ପରେ ଠେଲା ଗାଡିକୁ ଭାରସାମ୍ୟ ହରାଇ ଦୁର୍ଘଟଣା କରିଥିଲେ ଭାଜପା ନେତା। ଏହାପରେ ପୁଣି ଦୁଇ ଗାଡିକୁ ପିଟିଥିଲା ତାଙ୍କ ଗାଡି। ଏହି ଘଟଣାରେ ଜଣେ ବାଇକ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲାବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ସ୍ଥାନୀୟ ଲୋକେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କୁ ଗାଡି ଭିତରୁ ଘୋଷାଡ଼ି ଆଣି ତାଙ୍କୁ ମାରପିଟ କରିଥିଲେ। ତାଙ୍କ ଗାଡି ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଲୋକେ । ଖବର ପାଇ ଦରଘା ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ନିୟନ୍ତ୍ରଣକୁ ଆଣିଥିଲା। ଘଟଣାସ୍ଥଳରେ ଲୋକଙ୍କ ଆକ୍ରମଣରେ ଆହତ ହୋଇଥିବା ଭାଜପା ନେତାଙ୍କୁ ମେଡିକାଲ ରେ ଭର୍ତ୍ତି କରଯାଇଥିଲା ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ଦୁର୍ଘଟଣା କିପରି ଘଟିଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।