Truck Terminals ଟ୍ରକ୍ ଟର୍ମିନାଲ୍ ପରିଚାଳନା ପାଇଁ ପରିବହନ ବିଭାଗ ଓ ଆଇଓସିଏଲ୍ ମଧ୍ୟରେ ବୁଝାମଣା
"ଭୁବନେଶ୍ୱର: ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ପ୍ରାଣହାନୀକୁ ରୋକିବା ଏବଂ ଭାରୀଯାନ ଚାଳକମାନଙ୍କୁ ଉନ୍ନତ ସୁବିଧା-ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟରେ ଟ୍ରକ୍ ଟର୍ମିନାଲ୍ର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ଯୋଜନା କରାଯିବ।
ଏନେଇ ଆଜି (ସୋମବାର) ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିଃ (ଆଇଓସିଏଲ୍) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
Advertisment Rameswaram-Paradip coastal: ରାମେଶ୍ବର-ପାରାଦୀପ ଉପକୂଳ ରାଜପଥ ପ୍ରକଳ୍ପ ପାଇଁ ୧୭ ବିଡ୍: ଯାତ୍ରା ସମୟ ଅଢ଼େଇ ଘଣ୍ଟା କମିଯିବ ଏହି ସ୍ବାକ୍ଷର କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.
ବି.
ଏସ୍.
ରାଜପୁତ, ପରିବହନ କମିଶନର ଅମିତାଭ ଠାକୁର ଏବଂ ଆଇଓସିଏଲ୍ର ରାଜ୍ୟ ମୁଖ୍ୟ କମଲ ସିଲ୍ ଓ ଡିଜିଏମ୍ ସଚିନ୍ଦ୍ର ଗୁନୀଙ୍କ ଉପସ୍ଥିତ ଥିଲେ।
ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ପରିବହନ କମିସନର (ସଡ଼କ ସୁରକ୍ଷା) ଦୀପ୍ତିରଞ୍ଜନ ପାତ୍ର ଏବଂ ଆଇଓସିଏଲ୍ ପକ୍ଷରୁ ରାଜ୍ୟ ରିଟେଲ ମୁଖ୍ୟ ଚିରଞ୍ଜୀବ ପୋଦାର ଏହି ବୁଝାମଣାରେ ସ୍ୱାକ୍ଷର କରିଛନ୍ତି।
Truck Overturns: ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଓଲଟି ଚାଳକ ମୃତ; ଲୁହା ରଡ୍ ମଧ୍ୟରେ ଚାପି ହୋଇ ଚାଲିଗଲା ଜୀବନ ସୂଚନାଯୋଗ୍ୟ ଯେ, ରାସ୍ତାରେ ଅସୁରକ୍ଷିତ ଭାବେ ଛିଡ଼ା ହୋଇ ରହୁଥିବା ଗାଡ଼ି ସହିତ ଧକ୍କା ହେବା କାରଣରୁ ଓଡ଼ିଶାରେ ପ୍ରତିବର୍ଷ ୩୦୦ରୁ ଅଧିକ ଜଣ ଲୋକ ପ୍ରାଣ ହରାଉଛନ୍ତି।
ବିଭିନ୍ନ ରାଜ୍ୟରୁ ଆସୁଥିବା ଦୂରଗାମୀ ଟ୍ରକ୍ ଚାଳକମାନେ ଅନେକ ସମୟରେ ରାଜପଥରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଥିବା ସହ ଅସୁରକ୍ଷିତ ପରିବେଶରେ ରାନ୍ଧିବା ଓ ବିଶ୍ରାମ ନେବା ଭଳି କାର୍ଯ୍ୟକଳାପ କରୁଛନ୍ତି।
ଫଳରେ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି।
ଏହି ସମସ୍ୟା ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାତୀୟ ରାଜପଥ ନିକଟରେ ୩୦ଟି ଟ୍ରକ୍ ଟର୍ମିନାଲ୍ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏଥିମଧ୍ୟରୁ ୧୫ଟି ଟର୍ମିନାଲ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।
ଟର୍ମିନାଲ୍ଗୁଡ଼ିକରେ ପର୍ଯ୍ୟାପ୍ତ ଗାଡ଼ି ପାର୍କିଂ ବ୍ୟବସ୍ଥା ସହିତ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର, କ୍ୟାଣ୍ଟିନ୍, ପାନୀୟ ଜଳ, ଗାଡ଼ି ମରାମତି ଗ୍ୟାରେଜ୍, ଇଭି ଚା ଷ୍ଟେସନ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଛି।
Accident: ୧୮ନଂ ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨ ଯୁବକ ଆଜି ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଅନୁଯାୟୀ, ଆଇଓସିଏଲ୍ ଏହି ଟ୍ରକ୍ ଟର୍ମିନାଲ୍ଗୁଡ଼ିକର ପରିଚାଳନା, କାର୍ଯ୍ୟକ୍ଷମତା ଓ ଦୈନନ୍ଦିନ ରକ୍ଷଣାବେକ୍ଷଣ ଦାୟିତ୍ୱ ନିର୍ବାହ କରିବ।
ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ପାର୍କିଂ କରୁଥିବା ଚାଳକମାନଙ୍କୁ ଏହି ସୁରକ୍ଷିତ ଟର୍ମିନାଲ୍ଗୁଡ଼ିକ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରାଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।