ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

Aug 25, 2026 - 10:28
ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା ବୋଲି ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ କହିଛନ୍ତି । ଟ୍ରମ୍ପ୍‌ ପ୍ରଥମେ ଏଥିରେ ରାଜି ହୋଇଥିଲ ମଧ୍ୟ ପରେ ବୋଧହୁଏ ଭୁଲିଯାଇ ପ୍ରଶ୍ନ ପଚାରିବାକୁ ଆହ୍ବାନ ଦେଇଥିଲେ।

ଫଳରେ ମୋଦିଙ୍କ ଉପସ୍ଥିତିରେ ଖବରଦାତାମାନଙ୍କ ସହ ଟ୍ରମ୍ପ୍‌ ୪୫ ମିନିଟ୍‌ ଧରି କଥା ହୋଇଥିଲେ ବୋଲି ଇକୋନୋମିକ୍‌ ଟାଇମ୍ସ ଓ୍ବାଲର୍‌ଡ ଲିଡର୍ସ ଫୋରମ୍‌ରେ ଗୋର୍‌ କହିଛନ୍ତି । ଗୋର୍‌ଙ୍କ ଦାବି ଉପରେ ସରକାରୀ ସୂତ୍ରରୁ କୁହାଯାଇଛି, ଭାରତୀୟ ପକ୍ଷ ଭିଭିଆଇପିଙ୍କ ଗସ୍ତ ପାଇଁ ନୂଆଦିଲ୍ଲୀ ଅନୁସରଣ କରୁଥିବା ସାଧାରଣ ନିୟମ ସମ୍ପର୍କରେ ଜଣାଇଥିଲା।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।