ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….
ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ମହିଜୋରର ଗୋଲବଦନ ପାଣ୍ଡେ (୫୫) ବୋଲି ଜଣାପଡ଼ିଛି।
କିଛିଦିନ ଧରି ଗୋଲବଦନ ଘରୁ ବାହାରକୁ ଆସୁ ନ ଥିଲେ। ତାଙ୍କ ଘରୁ ଦୁର୍ଗନ୍ଧ ବାହାରିବା ପରେ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ଘର ନିକଟକୁ ଯାଇ ଦେଖିବାବେଳେ ଭିତରେ ଗୋଲବଦନଙ୍କ ଗଳିତ ମୃତଦେହ ପଡ଼ିଥିଲା
ଏନେଇ ପଡ଼ୋଶୀମାନେ ବେଲପାହାଡ଼ ପୋଲିସକୁ ଖବର ଦେଇଥିଲେ। ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।